pakka

ନବଜାତ ଶିଶୁର ଶବକୁ ଝୁଣି ଖାଇଲା କୁକୁର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡାର ଏକ ବାଲିଗଦାରୁ ନବଜାତ ଶିଶୁର ଶବକୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ନିର୍ମାଣାଧୀନ ବାଲିଗଦାରେ ଏକ ନବଜାତ ଶିଶୁର ମୃତ ଦେହ ପଡିଥିବା ବେଳେ ସେହି ମୃତଦେହକୁ କୁକୁର ଝୁଣି ଖାଉଥିବା ଲୋକେ ଦେଖିଥିଲେ । ଖବର ପାଇ ପୋଲିସ ପହଞ୍ଚିଥିଲା । ପରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍‌ର କର୍ମକର୍ତ୍ତାମାନଙ୍କ ସହଯୋଗରେ ଘଟଣା ସ୍ଥଳରୁ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ସହରରେ ଏପରି ଘଟଣା ବାରମ୍ବାର ହେଉଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

17 − one =