ଅଜଣା ଗାଡି ଧକ୍କାରେ ମହିଳା ଶ୍ରମିକ ମୃତ

ବଡ଼ବିଲ : ଅଜଣା ଗାଡି ଧକ୍କାରେ ମହିଳା ଶ୍ରମିକ ମୃତ । ରୁଗୁଡ଼ି ଥାନା ୫୨୦ ନଂ ଜାତୀୟ ରାଜପଥ କେନ୍ଦୁଡିହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଗୁଆଲିଗୁଡା ସାହିର ଫୁଲବତୀ ରଣା । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଛି । ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ଯାହା ଫଳରେ ରାସ୍ଥାର ଉଭୟ ଯାତାୟତ ଠପ୍ ହୋଇଯାଇଛି । ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଦାବି ହୋଇଛି । ରୁଗୁଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.