ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଉତ୍ସାହିତ ରାଜ୍ୟ ବିଜେପି କ୍ୟାମ୍ପ । ଭୁବନେଶ୍ୱରରୁ ନବରଙ୍ଗପୁର ଯାଏଁ ଉତ୍ସାହିତ ବିଜେପି ଶିବିର । ଓଡ଼ିଶାରେ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାରୁ ମୋଦିଙ୍କ ମନ୍ତ୍ର ବିଜେପି କର୍ମୀଙ୍କ ମଧ୍ୟରେ ଜୋସ୍ ଭରିବ । ଆଜି ରାତି ସାଢ଼େ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ରାତ୍ରି ଯାପନ ପରେ ଆସନ୍ତାକାଲି ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଗସ୍ତରେ ଯିବେ । ସେଠାରେ ପ୍ରଧାନମନ୍ତ୍ରୀ ବିଶାଳ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁର ସହର ଉପକଣ୍ଠ କନିଷିରେ ସାଧାରଣ ସଭାକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ରହିବେ ମୋଦି ।

Leave A Reply

Your email address will not be published.

2 + twenty =

error: Content is protected !!