ଭୁବନେଶ୍ୱର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା

ଭୁବନେଶ୍ୱର : ଆଜି ଆସିବ ବିଜେପିର ନିର୍ବାଚନୀ ଇସ୍ତାହାର । ଏଥିପାଇଁ ଭୁବନେଶ୍ୱର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଆଜି ଅପରାହ୍ନ ୩ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବେ ନଡ୍ଡା । ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହିତ ଭୁବନେଶ୍ୱରରେ କର୍ମକର୍ତ୍ତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ । ଏହାପରେ କଟକ ଯାଇ ଦଳୀୟ ନେତା ଓ କର୍ମୀଙ୍କୁ ନଡ୍ଡା ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଜେପି କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ, ସେନେଇ ବାର୍ତ୍ତା ଦେବେ ଜେ.ପି ନଡ୍ଡା ।

Leave A Reply

Your email address will not be published.

4 × three =

error: Content is protected !!