ରାଧାମୋହନ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ – ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ତଥା ଯୁବ ସମାଜସେବୀ ରାଧାମୋହନ ଶନିବାର ହଜାର ହଜାର ସମର୍ଥଙ୍କ ଗ୍ରହଣରେ ଯାଇ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖରେ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ହଜାର ହଜାର ସମର୍ଥକ ଗ୍ରହଣରେ ବିରାଟ ଶୋଭାଯାତ୍ରାରେ ଡେଲାଙ୍ଗ ହାଟ ମେଳଣ ପଡିଆରୁ ପିପିଲି ଦେଇ ପୁରୀ ଏଡିଏମ୍‌ / ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଂଚି ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଶୋଭାଯାତ୍ରାରେ ରାଧାମୋହନଙ୍କ ସହିତ ପୂର୍ବତନ ସରପଞ୍ଚ ଦୁର୍ଗା ଚରଣ ରାଉତରାୟ, ମୁନିନ୍ଦା ସରପଞ୍ଚ ଶେଷଦେବ ବାରିକ, ଆଇନଜୀବୀ ପ୍ରମୋଦ ପାତ୍ର, ସୁକାନ୍ତ କୁମାର ସ୍ୱାଇଁ, ଚଣ୍ଡେଶ୍ୱର ଦାସ ପ୍ରମୁଖଙ୍କ ସହି ଜନକଲ୍ୟାଣ ମଞ୍ଚର କର୍ମକର୍ତ୍ତାମାନେ ଉପସ୍ଥିତ ରହି କର୍ମୀ, ସମର୍ଥଜ ଓ ଶୁଭେଚ୍ଛୁ ମାନଙ୍କୁ ଉତ୍ସାହିତ କରିଥିଲେ । ଡେଲାଙ୍ଗ – ପିପିଲି ଅଞ୍ଚଳରେ ରାଧାମୋହନଙ୍କ ବିପୁଳ ଜଣସମର୍ଥନ ରହିଛି । କାରଣ ଗତ ପାଞ୍ଚବର୍ଷ ହେଲା ଜନକଲ୍ୟାଣ ମଞ୍ଚ ଗଠନକରି ବିଭିନ୍ନ ସମାଜସେବା ମୂଳକ କର୍ଯ୍ୟ କରିବା ସହିତ ଜନସାଧାରଣଙ୍କ ଅଭାବ ଅସୁବିଧାରେ ସହାୟକ ହୋଇଥାନ୍ତି । ସେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଲଢ଼ିବାରୁ ଅନ୍ୟ ରାଜନୈତିକ ଦଳରେ ମୁଣ୍ଡବ୍ୟଥା ଦଢେଇ ଦେଇଛନ୍ତି ।

Leave A Reply

Your email address will not be published.

2 × 2 =

error: Content is protected !!