ଦିଲ୍ଲିପ ରାୟଙ୍କ ପାଇଁ ପ୍ରଚାର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସଚେତନ ନାଗରିକ ମଞ୍ଚ ଏଥର ମଧ୍ୟ ନିର୍ବାଚନ ପ୍ରଚାରରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛି । ଦିଲ୍ଲୀପ ରାୟଙ୍କ ଭଳି ନିଆରା ବ୍ୟକ୍ତିତ୍ୱ ନିର୍ବାଚନ ଲଢ଼ୁଥିବାରୁ ମଞ୍ଚ ଆସିଛି ଆଗକୁ । ୨୦୧୯ ବା ୨୦୧୪ ପୂର୍ବରୁ କୌଣସି ନିର୍ବାଚନରେ ମଞ୍ଚ ଖୋଲାଖୋଲି ନିର୍ବାଚନରେ ସାମିଲ ହୋଇନାହିଁ । କାରଣ ରାଉରକେଲାର ବାସ୍ତବ ବିକାଶ ଓ ଏହାକୁ ଆଗେଇ ନେବାର ଦକ୍ଷତା ଦିଲ୍ଲୀପ ରାୟଙ୍କ ଠାରେ ଥିବା ମଞ୍ଚର ବହୁ ସଦସ୍ୟ କହିଛନ୍ତି । ଏଥର ମଧ୍ୟ ପ୍ରାର୍ଥୀ ଦିଲ୍ଲିପ ରାୟ ଓ ସେ ଛିଡା ହୋଇଥିବା ଦଳର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କ ପାଇଁ ରାଉରକେଲା ସଚେତନ ନାଗରିକ ମଞ୍ଚ ପ୍ରଚାର ଆରମ୍ଭ କରିଛି । ମଞ୍ଚ ତରଫରୁ ବନ୍ଧମୁଣ୍ଡା, ବାସନ୍ତୀ କଲୋନୀ, ଗାନ୍ଧୀ ରୋଡ,କୋଏଲ୍‌ ନଗର, ନୟାବଜାର ଅଞ୍ଚଳରେ ବ୍ୟାପକ ପ୍ରଚାର କରି ଉଭୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ପ୍ରଚାର ବେଳେ ଶ୍ରୀ ରାୟଙ୍କ ମନ୍ତ୍ରୀତ୍ୱ କାଳରେ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ, ଆଗାମୀ ଦିନରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ତଥା ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀ ରାୟ ଓ ଶ୍ରୀ ଓରାମ ଉପଯୁକ୍ତ ବ୍ୟକ୍ତି ବୋଲି କୁହାଯାଇଛି । ଏହି ପ୍ରଚାର କାର୍ଯ୍ୟକ୍ରମରେ ପି. ପି ରାୟ, ଜଗବନ୍ଧୁ ଜେନା, ଉପେନ୍ଦ୍ର କୁମାର ନାୟକ, ଶଶଧର ପାତ୍ର, ଜଗନ୍ନାଥ ରାଉତ, ସୁମନ୍ତ ବର୍ମା, ହୃଷିକେଶ ଶତପଥୀ, ଅମୂଲ୍ୟ ରାଉତ, ମୁରଲୀଧର ସେନାପତି, ହେମନ୍ତ ଖଣ୍ଡା, ସ୍ମୃତି ରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.

20 − seven =

error: Content is protected !!