ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ୧୦ଦିନ ଧରି ଚାଲିଥିବା ଏହି ଶିବିରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୩ଜଣ ଛାତ୍ରଛାତ୍ରୀ ଯୋଗଦେଇ ଘୋଡା ସବାରୀ, ତାଇକୋଣ୍ଡୋ, ପଟ୍ଟଚିତ୍ର ଅଙ୍କନ, କୌତୁକ ଖେଳ, ଜୁମ୍ବାନୃତ୍ୟ, ଯୋଗ, ବୈଦିକ ଗଣିତ, ପର୍ବର୍ତ୍ତାରୋହଣ, ଚିଡ଼ିଆଖାନା ପରିଦର୍ଶନରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ କଳ୍ପନା କୁମ୍ଭାର, ତାଇକୋଣ୍ଡୋ ପ୍ରଶିକ୍ଷକ ମୁକେଶ ସାହୁ, ରଶ୍ମିତା ସାହୁ, ଅଜୟ ତାଣ୍ଡିଆ, ସୁନିତା ମାହାତୋ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ବେଳେ ସୁଜିତ୍ ତନ୍ତୀ ଓ ଦେବୀପ୍ରସାଦ ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିଲେ । ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଶୁଭ୍ରା ମିଶ୍ରଙ୍କ ସଂଯୋଜନା ଓ ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନି ଉତ୍ସବରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ, ଶାରିରୀକ, ବୌଦ୍ଧିକତା ଓ ଆତ୍ମବିଶ୍ଵାସ ବିକାଶରେ ସହାୟକ ହେବ ବୋଲି ମତ ରଖିବା ସହ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଏହାସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଅଭିଭାବକ ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସହଯୋଗୀ ମନୋବୃତ୍ତିର ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଗୌତମ ରାୟ ଓ ଜୁଲି କାରୁଆ ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ ଛାତ୍ର ଶ୍ରୀତମ ଦାସ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ଶେଷରେ ସୁଜିତ୍ ତନ୍ତୀ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

14 − 3 =