ଗଞ୍ଜେଇ ଜବତ : ୨ ଗିରଫ

ଉଲୁଣ୍ଡା : ଉଲୁଣ୍ଡା ପୁଲିସ ପଣ୍ଡକିଟାଲ ଛକରୁ ଚଢ଼ଉ କରି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଦ୍ଵୟ ହେଲେ ସମ୍ବଲପୁରର ପପୁ କୁମାର ସିଂ ଏବଂ ସୋହେଲାର ଅର୍ଜୁନ ଗିରି ଗୋସ୍ଵାମୀ । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରୁ ୧୦.୧ କେଜି ହୋଇଥିଲା । ସୂଚନା ଅନୁଯାୟୀ, ଉଲୁଣ୍ଡା ପୁଲିସ ଗତକାଲି ସନ୍ଧ୍ୟା କାଳୀନ ପେଟ୍ରୋଲିଂ କରୁଥିବା ବେଳେ ଦୁଇଜଣ ବ୍ୟକ୍ତି ପଣ୍ଡକିଟାଲ ଛକରେ ଏକ ବେଗ୍ ଧରି ଛିଡ଼ା ହୋଇଥିବା ଦେଖି ଯାଞ୍ଚ କରିଥିଲେ । ଯାଞ୍ଚ ପରେ ସେଠାରୁ ଗଞ୍ଜେଇ ବାହାରି ଥିଲା । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ଵୟଙ୍କୁ କୋର୍ଟଚାଲାଣ କରିଥିବା ଆଇଆଇସି ପଞ୍ଚାନନ ନାଏକ ସୂଚନା ଦେଇଥିଲେ ।

Leave A Reply

Your email address will not be published.

three × 4 =

error: Content is protected !!