ତଲିଉଡାର-ଉପରବାହାଲ-ରେଙ୍ଗାଲି ରାସ୍ତା : ବିଭାଗୀୟ ଅବହେଳା ଯୋଗୁଁ ଟେଣ୍ଡର ହୋଇନି, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଲେ ବିଧାୟକ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଗମନା ଗମନ ଦୃଷ୍ଟିରୁ ବହୁ ପଛରେ ପଡିଛି ଲୋଇସିଂହା ବ୍ଲକର ୩୪ ନମ୍ବର ଜୋନ । ଏପରିକି ୨୦୧୪-୧୫ ମସିହାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ପୂର୍ତ ବିଭାଗକୁ ହସ୍ତାନ୍ତରିତ ହୋଇ ସାରିଛି । କିନ୍ତୁ ଜାଣିଶୁଣି ବିଭାଗୀୟ ଅଧିକାରୀ ଏହି ରାସ୍ତାର ଟେଣ୍ଡର ପ୍ରକ୍ରିୟାକୁ ବିଳମ୍ବିତ କରି ଚାଲିଛନ୍ତି ବୋଲି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହ ଅଂଚବାସୀଙ୍କ ସାମୁହିକ ଜନ ଅସନ୍ତୋଷକୁ ରୋକିବା ପାଇଁ ତୁରନ୍ତ ଉକ୍ତ ରାସ୍ତାର କାର୍ଯ୍ୟକାରିତା ଦିଗରେ ହସ୍ତକ୍ଷେପ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ବାବେ ଅନୁରୋଧ କରିଥିବା ଜଣାପଡ଼ିଛି । ସୂଚନା ଅନୁ୍‌ଯାୟୀ, ବିଧାୟକ ଡ. ମହାଲିଙ୍ଗଙ୍କ ଚିଠିସଂଖ୍ୟା ୧୦୬ ତାରିଖ ୨୬-୯-୨୦୨୦ ଅନୁସାରେ ବାଲଙ୍ଗିର-ଚନ୍ଦନଭାଟି ରାସ୍ତା, ଲୋଇସିଂହା –କରକଚିଆ ଛକ – ଭରସୁଜା ରାସ୍ତା, ତଲିଉଡାର – ଉପରବାହାଲ – ରେଙ୍ଗାଲି ଗ୍ରାମ୍ୟ ଉନ୍ନୟନ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗର ତା୧୪-୧୧-୨୦୧୪ର ବିଜ୍ଞାପନ ଅନୁଯାୟୀ ପୂର୍ତ ବିଭାଗର ବିଜ୍ଞାପନ ସଂଖ୍ୟା ୮୨୩୦ ତା୧୫-୭-୨୦୧୫ ଠାରୁ ହସ୍ତାନ୍ତରିତ ହୋଇ ସାରିଛି । ତନ୍ମଧ୍ୟରୁ ବଲାଙ୍ଗିର-ଚନ୍ଦନଭାଟି ଓ ଲୋଇସିଂହା – କରକଚିଆ ଛକ – ଭରସୁଜା ରାସ୍ତାର ଉନ୍ନତିକରଣ ହୋଇଥିବା ବେଳେ ତଲିଉଡାର – ଉପରବାହାଲ – ରେଙ୍ଗାଲି ରାସ୍ତା ଅଦ୍ୟାବଧି କାମ ଆରମ୍ଭ ହୋଇନାହିଁ । ଏପରିକି ପୂର୍ତ ବିଭାଗ ଉକ୍ତ ରାସ୍ତାକୁ ଜାଣିଶୁଣି ଟେଣ୍ଡର କରିନଥିବା ଉଲ୍ଲଖ କରାଯାଇଛି । ଫଳରେ ଉକ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡି ରହିଥିବା ଯୋଗୁଁ ଏହା ଦୁର୍ଘଟଣାପ୍ରବଣ ରାସ୍ତା ପାଲଟିଛି । ଫଳରେ ଦୈନନ୍ଦିନ ୧୧ଟି ପଂଚାୟତବାସୀ ନିର୍ଭର କରୁଥିବା ଏହି ରାସ୍ତା ପ୍ରତି ଆସ୍ଥା କମିବାରେ ଲାଗିଛି । ତେଣୁ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟି ଦେବା ସହ ଅଂଚବାସୀଙ୍କ ଦୃଢ ଦାବୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଜନ ଆନ୍ଦୋଲନ ପୂର୍ବରୁ ତୁରନ୍ତ ସମାଧାନ କରିବାକୁ ବିଧାୟକ ଡ. ମହାଲିଙ୍ଗ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.