csstore

ଆବାସ ଯୋଜନା ବଂଟନରେ ଅନିୟମିତତା ଅଭିଯୋଗ : ତଦନ୍ତ ଦାବୀ କଲେ ବାଦ୍‌ ପଡିଥିବା ହିତାଧିକାରୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ତାଲିକାରେ ନାମ ଅଛି । ପଂଚାୟତ କାନ୍ଥରେ ନାମ ରହିଛି । ତଥାପି ବର୍ଷ ବର୍ଷ ଧରି ବାଦ୍‌ ପଡିଥିବା କିଛି ଆବାସ ହିତାଧିକାରୀ ବଂଟନରେ ଅନିୟମିତତା ଅଭିଯୋଗ ଆଣିବା ସହିତ ତଦନ୍ତ ଦାବୀ କରିଛନ୍ତି । ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ପଂଚାୟତ ଅଧୀନସ୍ଥ ତାଲଜୁରୀ ଗ୍ରାମରେ କିଛି ଯୋଗ୍ୟ ଆବାସ ହିତାଧିକାରୀ ବାରମ୍ବାର ବାଦ୍‌ ପଡୁଥିବା ନେଇ ଅଭିଯୋଗ ଆଣିଛନ୍ତି । ଅଭିଯୋଗକାରୀଙ୍କ ସୂଚନା ଅନୁଯାୟୀ, ସେମାନେ ଦୀର୍ଘ ବର୍ଷ ହେଲା ଆବାସ ତାଲିକାରେ ରହିଆସୁଛନ୍ତି । ଏପରିକି ପଂଚାୟତ କାନ୍ଥ ବାଡରେ ମଧ୍ୟ ତାଙ୍କ ନାମ ଉଲ୍ଲେଖ ରହିଛି । କିନ୍ତୁ ପ୍ରତିବର୍ଷ ଅନ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳୁଥିବା ବେଳେ ତାଙ୍କୁ ମିଲୁନି । ଫଳରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି । କିନ୍ତୁ ସୁଫଳ କିଛି ମିଳୁନି । ସେମାନଙ୍କ କହିବା ଅନୁ୍‌ଯାୟୀ, ଗରିବ ଶ୍ରେଣୀର ହୋଇଥିଲେ ସୁଦ୍ଧା ବାରମ୍ବାର ସେମାନେ ବାଦ୍‌ ପଡୁଛନ୍ତି । କାହିଁକି ବାଦ୍‌ ପଡୁଛନ୍ତି ସେ ନେଇ ମଧ୍ୟ କିଛି ସୂଚନା ମିଳୁନାହିଁ । ଫଳରେ ଆଜି ବାଦ୍‌ ପଡିଥିବା ଦେବେନ୍ଦ୍ର ନନ୍ଦ, ଜୋହନ ବାରିକ, ସାମୁଏଲ ବାଗ, ବୁଡୁକୁ ସାହୁ, ଚନ୍ଦ୍ରଶେଖର ସାହୁ, ଦେବେନ୍ଦ୍ରନାଥ ହାତୀ, ଦଶମ ମେହେର, ପରିକ୍ଷୀତ ସାହୁ, ଗୌତମ ସାହୁ, ଜୟସିଂ ଯୁଏଡ, ମୁକୁନ୍ଦ ଯୁଏଡ, ବଳରାମ ସାହୁ, ଯଦୁମଣି ସା, ହର୍ଷ ସାହୁ ପ୍ରମୁଖ ଲୋଇସିଂହା ବିଡିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏ ନେଇ ବିଡିଓଙ୍କୁ ପଚାରିବାରେ ତଦନ୍ତ କଲା ପରେ ଜଣାପଡିବ ବୋଲି କହିବା ସହିତ ତଦନ୍ତ ପାଇଁ ପଠାଇବି ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.