mahavir

ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ମହା ବିଷୁବ ମିଳନ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ସ୍‌) : ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଆନୁକୂଲ୍ୟରେ ସମ୍ଭବ କଲେଜ ଧାନଘରା ଠାରେ ମହା ବିଷୁବ ମିଳନ ୨୦୨୬ ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଡ. ସୁଧାଂଶୁ ଭୂଷଣ ମେହେର ଯୁବପିଢ଼ି ପିତାମାତାଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ । ସେ ଆହୁରି କହିଥିଲେ ଯେ, “ଦୂର ବନ୍ଧୁ ସହ ସମ୍ପର୍କ ଯୋଡିବାକୁ ଯାଇ ପାଖ ସମ୍ପର୍କୀୟଙ୍କୁ ଭୁଲିଯିବା ଉଚିତ ନୁହେଁ ।” ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ ଡମ୍ବରୁ ଧର ରଣା ଯୋଗ ଦେଇ ମା’ ଓ ମାଟି ପ୍ରତି ମମତା ସର୍ବଦା ଅତୁଟ ରହିବା ଉଚିତ ବୋଲି କହିଥିଲେ । ସମ୍ମାନିତ ବକ୍ତାଭାବେ ବିଶିଷ୍ଟ କବି ବରୁଣ କୁମାର ସାହୁ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ସୁଧାକର ପ୍ରଧାନ ଯୋଗ ଦେଇଥିଲେ । ସଂପାଦକ ଆଶୁକବି ଡ. ହେମନ୍ତ କୁମାର ଦାଶ ମଞ୍ଚ ସଞ୍ଚାଳନ କରିଥିଲେ ଓ ଶିକ୍ଷକ ରମେଶ ଚନ୍ଦ୍ର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ଥାନୀୟ କଲେଜର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । କଲେଜର ଚେୟାରମେନ ତଥା ଏମ୍‌.ଡି ସୁମନ୍ତ ରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମଞ୍ଚୀୟ କାର୍ଯ୍ୟକ୍ରମ ପରେ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ, ବବିତା ନାୟକ, ହୀରାବତୀ ସାହୁ, ରେଣୁକା ସାହୁ, ନିହାରିକା ନନ୍ଦ ତଥା କବି ଦେବେନ୍ଦ୍ର କୁମାର ଭୋଇ, ସୁବଳ ସାହୁ, ପିତାମ୍ବର ସା, ପ୍ରହଲ୍ଲାଦ ଦଣ୍ଡସେନା, ପ୍ରକାଶ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବି ସନ୍ତୋଷ କୁମାର ବେହେରା, ଭକ୍ତବନ୍ଧୁ ସାହୁ, ଦେବାଶିଷ ମହାପାତ୍ର, ନିବେଦିତା ମହାପାତ୍ର, ସୁଶୀଳ କୁମାର ଦାଶ, ଜ୍ୟୋତିରଞ୍ଜନ ପ୍ରଧାନ, ରାକେଶ ବାରିକ, ରୁଦ୍ର ନାରାୟଣ ରଣା, ବିଶ୍ୱରଞ୍ଜନ ରାଉତ, ବୁଦ୍ଧଦେବ ପ୍ରଧାନ, ବିଶ୍ୱଜିତ ପଣ୍ଡା ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଂଯୋଜକ ଅରବିନ୍ଦ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.