
ରାଉରକେଲା, (ସସ୍ମିତା ପ୍ରଧାନ) : ଟ୍ରାଇବାଲ ଦୃଷ୍ଟି ଟିଭି ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ୟାଦେଁ କି ମେଲା ସିଜିନ ୨ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଅଜିତ ବରୁଆଙ୍କ ଅଧ୍ୟକ୍ଷତା ଓ ଫିରୋଜ ଖାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ପ୍ରତିଭା ବାନ କଣ୍ଠଶିଳ୍ପୀ ଲୋକଲୋଚନକୁ ଆସି ପାରିବେ ବୋଲି ମତ ରଖିଥିଲେ । ଅନୁଷ୍ଠାନର ମୁଖ୍ୟ ଶ୍ରୀ ବରୁଆ ତାଙ୍କ ବକ୍ତବ୍ୟରେ କହିଲେ ଯେ ୨୦୧୬ରୁ ଆରମ୍ଭ ହୋଇଥିବା ଏହି ଚ୍ୟାନେଲ ମାଧ୍ୟମରେ କିଛି କଣ୍ଠଶିଳ୍ପୀ ଏବେ ସିନେମା ଜଗତରେ କାମ କରୁଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଏହି ଚ୍ୟାନେଲର ସିଧା ପ୍ରସାରଣ ଏବେ ମୁଖ୍ୟ ଆକର୍ଷଣ ପାଲଟିଛି । ଏହି ଅବସରରେ କଣ୍ଠଶିଳ୍ପୀ ସ୍ନେହଲତା ମହାପାତ୍ର, ସୁରେଶ ଚନ୍ଦ୍ର ମହାପାତ୍ର, ଅଶ୍ୱିନୀ ସିଂ, ଯୋଗେନ୍ଦ୍ର ସିହ୍ନା, ଅଶୋକ କୁମାର ପଟେଲ, ରଞ୍ଜିତା ସାହୁ, ସୁରତୀ ମିଶ୍ର, ଦେବଦତ୍ତ ପଟ୍ଟନାୟକ, ମୀନତି ତ୍ରିପାଠୀ, ହିମାନୀ ମହାପାତ୍ର, ପ୍ରାଞ୍ଜଳୀ ନାଗ, ଜ୍ୟୋସ୍ନା ନନ୍ଦ, ଖୁଡିଆ ଲାକ୍ରା, ସସ୍ମିତା ଲେଙ୍କା, ବିଭୁଦତ୍ତ ରଥ, କଲିମ ଖାନ୍, ସ୍ନେହଲତା ଗନ୍ତାଘରିଆ, ଆଶା ବାଲାନ, ସରିତା ସିଂ, ଅଜିତ ବରୁଆ ଓ ଫିରୋଜ ଖାନ୍ ପ୍ରମୁଖ ପୁରୁଣା ସିନେମାର ସଂଗୀତ ଗୁଡିକୁ ପରିବେଷଣ କରିଥିଲେ । ସମସ୍ତ କଣ୍ଠଶିଳ୍ପୀଙ୍କୁ ମୁଖ୍ୟଅତିଥି ଶ୍ରୀ ରାଉତ ପ୍ରଶଂସା ପତ୍ର ପଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନ୍ୟତମ ସହଯୋଗୀ ଇନ୍ଦ୍ରବଳି ମିସ୍ତ୍ରୀ, ଅର୍ପିତା ରାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।