jayashree

ବିଜେଡି ଜିଲ୍ଲା ସମ୍ପାଦିକା ଭାବେ ମନୋନିତ ହେଲେ ଗୀତାଞ୍ଜଳି

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ ସାଂଗଠନିକ ପଦବୀ ପ୍ରଦାନ କରାଯାଇଥିବା ବେଳେ ଅନେକ ମହିଳା ନେତ୍ରୀଙ୍କୁ ଦାୟିତ୍ୱ ମିଳିଛି । ଏହି କ୍ରମରେ ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତର ସମିତି ସଭ୍ୟା ଗୀତାଞ୍ଜଳି ଖଣ୍ଡଗିରିଙ୍କୁ ବିଜୁ ମହିଳା ଦଳର ଜିଲ୍ଲା ସମ୍ପାଦିକା ଭାବେ ମନୋନୀତ କରାଯାଇଛି । ଏହି ଦାୟିତ୍ୱ ମିଳିବା ପରେ ଗୀତାଞ୍ଜଳି ଖଣ୍ଡଗିରି ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ସହ ମହିଳାମାନଙ୍କୁ ଦଳ ସହ ଯୋଡ଼ିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ନୂତନ ଦାୟିତ୍ୱ ପାଇଁ ସେ ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ, ବିଜେଡି ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତା ଓ ଦଳୀୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.