କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଅମାଠ ଗ୍ରାମର ଏକ କୁକୁଡ଼ା ଫାର୍ମରେ ବିଦ୍ୟୁତ ଆଘାତରେ ରାଜେନ୍ଦ୍ର ପ୍ରଧାନୀଙ୍କ ମୃତ୍ୟୁ ଘଟଣାରେ ଆସିଛି କୋର୍ଟଙ୍କ ରାୟ । ୨୦୧୬ ମସିହାରେ ରୁଜୁ ହୋଇଥିବା କେସିଙ୍ଗା ଥାନା ମାମଲାର ଶୁଣାଣି ପରେ କେସିଙ୍ଗା ଜେଏମ୍ଏଫ୍ସି କୋର୍ଟ ଦୁଇ ଅଭିଯୁକ୍ତ ରବୀନ୍ଦ୍ର କୁମାର ତ୍ରିପାଠୀ ଓ ରାଜ ଗୋପାଳ ଦାଶଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଇପିସିର ଧାରା ୩୦୪(ଏ)/୩୪ ଅନୁଯାୟୀ ଉଭୟଙ୍କୁ ୬ ମାସ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସନ୍ତୋଷ କୁମାର ଦାଶ ମାମଲା ପରିଚାଳନା କରିଥିଲେ ।
