ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ମାଲକାନଗିରି ବନପାଳ ମୁରଲୀଧର ଅନୁଗୁଳିଆ

ମାଲକାନଗିରି : ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ବନପାଳ ମୁରଲୀଧର ଅନୁଗୁଳିଆ । ତେବେ ବନପାଳ ଜଣକ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ପରିବାର । ଅଭିଯୋଗ ପରେ ଅଭିଯୁକ୍ତ ବନପାଳଙ୍କୁ ଆଜି ଗିରଫ କରିଛି ପୋଲିସ । ସୂଚନା ମତେ ମାଲକାନଗିରି ବନ ବିଭାଗରେ କାର୍ୟ୍ୟରତ ବନପାଳ ମୁରଲୀଧର ଅନୁଗୁଳିଆ ଓରକେଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ପରିବାର ଅଭିଯୋଗ କରିଛନ୍ତି । ଏପରିକି ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଦିନ ଗଡାଇ ଚାଲିଥିଲେ । କିନ୍ତୁ ଏହା ଭିତରେ ଅନ୍ୟ ଜଣଙ୍କୁ ବିବାହ କରିଥିବା ଜାଣିବାକୁ ପୀଡ଼ିତା । ଏନେଇ ପଚାରିବାରୁ ଧମକ ଦେଇଥିଲେ । ତେଣୁ ବାଧ୍ୟ ହୋଇ ପୀଡିତା ପ୍ରଥମେ ଅର୍କେଲ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଅର୍କେଲ ପୋଲିସ କେସ ନରଖିବାରୁ ଏସପିଙ୍କୁ ନିକଟରେ ଅଭିଯୋଗ କରିଥିଲେ । ତେବେ ଆଜି ମାଲକାନଗିରି ପୋଲିସ ୨୪୪ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ବନପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.

five × 1 =