csstore

ଗୋଁଣ୍ଡୱାନା ଭବନ ପରିସରରେ ସବୁଜ ସ୍ୱର୍ଣ୍ଣ ରୋପଣ : ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନ ମହୋତ୍ସବ ସପ୍ତାହ ଅବସରରେ ସ୍ଥାନୀୟ ଗୋଁଣ୍ଡୱାନା ଭବନ ପରିସରରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ପୌରାଞ୍ଚଚଳ ବଲାଙ୍ଗିର ଅନୁକୁଲ୍ୟରେ ପରିବେଶର ସବୁଜ ସ୍ୱର୍ଣ୍ଣ ରୋପଣ ହୋଇଯାଇଛି । ସଂସ୍କୃତିର ଅଂଶବିଶେଷ ପ୍ରକୃତିର ପୂଜକ ସ୍ୱରୂପ ପରିବେଶର ସନ୍ତୁଳନ ପାଇଁ ଓ ବର୍ତ୍ତମାନ ପରିପ୍ରେକ୍ଷିରେ ବୃକ୍ଷର ମହନୀୟତାତାକୁ ଦୃଷ୍ଟିରେ ରଖି ମହୁଳ, ଅଁଳା, ପଣସ, ଜାମୁକୋଳି, ନିମ୍ବ, ସଜନା, ବହଳ, ଆମ୍ବ, ଅଶୋକ, କୃର୍ଷ୍ଣଚୁଡା, ପିସ୍ତାବାଦାମ, ଦେବଦାରୁ ଇତ୍ୟାଦି ବୃକ୍ଷ ରୋପଣ କରାଯାଇଛି । ଏସବୁର ସୁରକ୍ଷା ପାଇଁ ମହିଳା ମାନେ ଦାୟିତ୍ୱ ନେଇ ବାଉଁଶ ବାଡା ଦେବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । କିଛି ସଂକୃତିରେ ପରମ୍ପରାକୁ ଦୁହାଇ ଦେଇ ଶହ ଶହ ବୃକ୍ଷ କାଟୁଥିବା ବେଳେ ପରମ୍ପରାକୁ ସମ୍ମାନ ଜଣାଇ ବୃକ୍ଷ ରୋପଣ ଓ ପୂଜା ସହିତ ସୁରକ୍ଷାକୁ ଆପଣେଇ ନେଇଥିବା ସଂକୃତି ମାନବ ସମାଜ ପାଇଁ ସର୍ବଦା ଗ୍ରହଣୀୟ । ବୃକ୍ଷ ରୋପଣ ସହିତ ଜଙ୍ଗଳ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଅନୁଷ୍ଠିତ ସଚେତନତା ସଭାରେ ମତ ପ୍ରକାଶ ପାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକ, ଗୁଡି, ଗ୍ରାମ ମାନଙ୍କରେ ସମାଜ ଲୋକମାନେ ବ୍ୟାପକ ଭାବରେ ବୃକ୍ଷ ରୋପଣ କରୁଥିବା ସୂଚନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ, ପ୍ରଦେଶ ଶିକ୍ଷା ମହାସଚିବ ମୀନକେତନ ମାଝୀ, ଜିଲ୍ଲା ଉପସଭାପତି ଆଦିକନ୍ଦ ଭୋଇ, ସଂପାଦକ ନୃପ ଭୋଇ, ଜିଲ୍ଲା ମହିଳା ସଭାନେତ୍ରୀ ପଙ୍କଜିନୀ ଭୋଇ, ରାଜ୍ୟ ମହିଳା ସଭ୍ୟା ଗାୟତ୍ରୀ କୁମୁରା, ଚୁମକି ପୁଟା, କୋଷାଧକ୍ଷ ମନୋଜ ପୁଟା, ସମେତ ପ୍ରମୋଦ ମଲ୍ଲିକ, କୁଷ୍ଟ ଧରୁଆ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.