pakka

ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା ପକ୍ଷରୁ ଏକ ବୈଠକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଠାରେ ରବିବାର ଦିନ “ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା” ଗାଇସିଲେଟ ଶାଖା ସଭାପତି ଶଶୀଭୂଷଣ ବରିହାଙ୍କ ଆହ୍ୱାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ରାଜ୍ୟ ସଭାପତି ଶ୍ରୀ ଗୋବର୍ଦ୍ଧନ ଭୂଏ ଯୋଗ ଦେଇ ସମ୍ବିଧାନିକ ଆଇନ ଉପରେ ଆଳୋକପାତ କରିଥିଲେ । ଗାଇସିଲେଟ ବ୍ଲକ, ଥାନା, ତହସିଲରେ ଅନିୟମିତତା ହେଉଥିବାରୁ ତାର ପ୍ରତିବାଦରେ ଏହି ସଂଗଠନ ସକ୍ରିୟ କାର୍ୟ୍ୟକର୍ତ୍ତା ଗୋପାଳ ଭୂଏ, ଯଜ୍ଞେଶ୍ଵର ପଧାନ, ଅଚ୍ୟୁତାନନ୍ଦ ସାହୁ, ଝସକେତନ୍ ପଧାନ, ଆଶିଷ ଜ୍ୟୋତିଷ, ସଞ୍ଜୟ ଜର୍ଝରିଆ ପ୍ରମୁଖ ମତ ଦେଇ ଥିବାରୁ ଆସନ୍ତା ତା.୧୫ . ୭ .୨୧ ରିଖ ଦିନ ତାର ପ୍ରତିବାଦରେ ଏକ ବିରାଟ ଜନ ଆନ୍ଦୋଳନ ପାଇଁ ପ୍ରସ୍ତାବ ଧାର୍ଯ୍ୟ ହୋିଛି । ଶେଷରେ ରବି ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଭା ସମାପନ କରିଥିଲେ ।

jay balangir
Leave A Reply

Your email address will not be published.

19 + seven =

error: Content is protected !!