pakka

ବଲାଡି ହାଇସ୍କୁଲ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

bbehera

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ବଲାଡିର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସତ୍ୟଜିତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଯୋଗଦାନ କରିଥିଲେ । ରକ୍ତର କୌଣସି ବିକଳ୍ପ ନାହିଁ । କରୋନା ମହାମାରୀ କାଳରେ ରକ୍ତର ଅଭାବକୁ ପୂରଣ କରିବା ଉଦ୍ଦେଶ୍ୟରେ ରକ୍ତଦାତା ସ୍ୱେଚ୍ଚାକୃତ ଭାବରେ ଶିବିରରେ ରକ୍ତଦାନ କରିଥିବାରୁ ମୁଖ୍ୟଅତିଥି ଶ୍ରୀ ଭୋଇ ସାଧୁବାଦ ଜଣାଇଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ହିମାଂଶ ଶେଖର କର, ଉପସଭାପତି ଗତିକୃଷଣ୍ଣ ମିଶ୍ର, ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ବିଦ୍ୟାଳୟ ପରିଚାଳନା କମିଟି ଟିକେଚନ୍ଦ ସାହୁ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ସର୍ବମୋଟ ୩୨ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟଅତିଥିଙ୍କ କରକମଳରେ ଚାରା ରୋପଣ କରି ଆନୁଷ୍ଠାନିକ ଭାବରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ୨୫ ଗୋଟି ବୃକ୍ଷ ରୋପଣ କରାଯାଇଥିଲା । ବୋଧିଦୃମ ନାମରେ ଗୋଟିଏ ନିମ୍ବ ଗଛକୁ ଜୁନିଅର ରେଡକ୍ରସ ତରଫରୁ ନାମିତ କରାଯାଇ ଗଛ ଗୁଡିକର ସୁରକ୍ଷା କରିବାକୁ ଆହ୍ୱାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସାଧନ କର୍ମୀ ଝସକେତନ ମେହେର, ଜିଲ୍ଲା ସାର୍ଧନା କର୍ମୀ ଚନ୍ଦ୍ର ଶେଖର ମହାପାତ୍ର, ଓଡିଶା ରକ୍ତଦାତା ମହାସଂଘର ସଭ୍ୟ ତଥା ଜୁନିଅର ରେଡକ୍ରସ କାଉନସିଲର ରାମନାରାୟଣ ଦାଶ, ଦେଉଲପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମୀୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ରକ୍ତ ସଂଗ୍ରହ ପାଇଁ ଡ. ସରୋଜ କୁମାର ପଟେଲ, ଜଗତ ଦରୱାନ, ସତ୍ୟବ୍ରତ ତାଣ୍ଡି, ଟଙ୍କଧର କୁଅଁର ପ୍ରମୁଖ ଶିବିରରେ ସେବା କାର୍ଯ୍ୟ ତୁଲାଇଥିଲେ । ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ଦାସ, ଜଗନ୍ନାଥ ପଣ୍ଡା, ସଂଗ୍ରାମ ମିଶ୍ର, ପ୍ରମୋଦ କୁମାର ସାହୁ, ଜଲେନ୍ଦ୍ର ସାହୁ, ପ୍ରାଣବନ୍ଧୁ ବେଜ, ବ୍ୟାସଦେବ ଭୋଏ, ହରପ୍ରସାଦ ସାହୁ, ସଦାନନ୍ଦ, ଯପେନ୍ଦ୍ର ବେଜ, ନବୀନ ସେଠି, ବିଦ୍ୟାଳୟ କମିଟିର ଉଦ୍ୟେକ୍ତା ରଘୁନାଥ ବେହେରା, ପୂର୍ବତନ ସଂପାଦକ ପୁରନ୍ଦର ସାହୁ, ପୂର୍ବତନ ସଭାପତି ଭଗବାନ ମାହାକୁର, ସରପଂଚ ପ୍ରତିନିଧି ଶଙ୍କର୍ଷଣ ସାହୁ, ୱାର୍ଡମେମ୍ବର ଶଙ୍ଖ ସେଠି ତଥା ଅନ୍ୟାନ୍ୟ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ । ରକ୍ତଦାତା ଭାବରେ ପ୍ରଥମେ ସତ୍ୟଜିତ ପଟ୍ଟନାୟକ, ଚତୁର୍ଭୁଜ କର୍ଣ୍ଣ, ଅଶ୍ୱିନୀ ସାହୁ, ରୋହିତ ପାତ୍ର, ବିଭୂତି ଭୂଷଣ ସାହୁ, ରମାକାନ୍ତ ମହାକୁର, ଉମେଶ ପଟେଲ, ଶଙ୍ଖ ସେଠି, ରୁବି ପଧାନ, ବିଭିଷଣ ସାହୁ, ନକୁଲ ସାହୁ, ଜଗନ୍ନାଥ ଝାଙ୍କର, ସୁମନ୍ତ ପଧାନ, ଧିରେବ ଡାଙ୍ଗ, ମୋନିକା ସାହୁ, ଅଶ୍ୱିନୀ କୁମାର ଗୁରୁ, ଭରତ ଘିବେଲା, ହିମାଂଶୁ ପାତ୍ର, କିଶୋର ସାହୁ, ସତ୍ୟ ନାରାୟଣ ପାତ୍ର, ମାନୁ ମିଶ୍ର, ସଚିଦା ସହୁ, ଶୁଭଶ୍ରୀ ସାହୁ, କୁସୁମ ସାହୁ, ରୋହିତ ପଣ୍ଡା, ଦୟନ୍ତା ପଧାନ, ଜୟ ପ୍ରକାଶ ମିଶ୍ର, ଜ୍ୟେତିର୍ମୟୀ ସାହୁ, ଫିରୋଜ ମିଶ୍ର, ଶିକାନ୍ତ ପାଣିଗ୍ରାହି, ହୀରାସାଗର ମାହାକୁର, ପ୍ରମୁଖ ଯୋଗଦାନ କରି ରକ୍ତଦାନ କରିଥିଲେ । ପରିଶେଷରେ ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

2 × one =

error: Content is protected !!