pakka

ସ୍କୁଲ କୋଠା ଛାତ ତଳୁ ଭିତରକୁ ହେଉଛି ମଳ ବର୍ଷା : ଗୁଣିଆ ସନ୍ଦେହ ନେଇ ଚର୍ଚ୍ଚା ଜୋର ଧରିଛି

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍କୁଲ କୋଠା ଛାତ ତଳୁ ଭିତରକୁ ହେଉଛି ମଳ ବର୍ଷା । କୋଠା ଉପରେ ସେମିତି କୌଣସି ଘରେ ବି ନାହିଁ, କି ପାଇଖାନା ଘର ନାହିଁ । ଛାତ ତଳକୁ ଖସୁଛି ମଣିଷ ତ୍ୟାଗ କରୁଥିବା ସେହି ସାଧାରଣ ମଳ । ଏହା କେମିତି ସମ୍ଭବ ? ଏ କଥାଟି ଶୁଣିଲେ ଅଜବ ଲାଗୁଥିଲେ ମଧ୍ୟ ସେତିକି ଆଶ୍ଚର୍ଯ୍ୟ ଆଉ ଖାଲିଆଖିରେ ଦେଖିଲେ ଲାଗିବ ସତ । ଏଭଳି ଘଟଣା ଘଟିଛି, ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମ ପଞ୍ଚାୟତର ଅନ୍ଧାରୁଆ-ତୁଡୁକପଲ୍ଲୀ ଗ୍ରାମ୍ୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଶୁକ୍ରବାର ଦିନ ତମାମ ସ୍କୁଲ ଭିତରେ ପିଲାଙ୍କ ସାର୍ଟ ପ୍ୟାଣ୍ଟରେ ଅଚାନକ ମଳ ଲାଗିବା ସହ ମଧ୍ୟାହ୍ନ ଭୋଜନ ଖାଦ୍ୟରେ ମଧ୍ୟ ମଳ ପଡିଥିଲା । ଯାହା ଫଳରେ ପାଠପଢାରେ ବାଧାପ୍ରାପ୍ତ ହେବା ସହ ପିଲାମାନେ ସ୍କୁଲ ଯାଉନାହାନ୍ତି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗୁଣିଗାରେଡିକୁ ନେଇ ହୋଇଥିବା ସନ୍ଦେହର ଏକ ଅବଲୋକନ ନେଇ ଗୁଜବ ସୃଷ୍ଟି କରିଛନ୍ତି ଗ୍ରାମବାସୀ । ଘଟଣା ସମ୍ପର୍କରେ ଛତ୍ରପୁରରୁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ପହଞ୍ଚି ଘଟଣାର ତନଖି କରିଥିବା ବେଳେ ଶିକ୍ଷାବିଭାଗର କୌଣସି ବରିଷ୍ଠ ଅଧିକାରୀ କିମ୍ବା ଜିଲ୍ଲା ଶିକ୍ଷାଅଧିକାରୀ ଏ ଯାଏଁ ଘଟଣାର ଅନୁସନ୍ଧାନ କରି ନଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଅନ୍ୟପଟେ ଏ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଯାଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି । ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଛତ୍ରପୁରର କେତେଜଣ ସାମ୍ବାଦିକ ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ କଥାବାର୍ତ୍ତା କରିଛନ୍ତି । ଏହା ଏକ ଆଶ୍ଚର୍ଯ୍ୟକର ବିଷୟ ବୋଲି ବିଭିନ୍ନ ମହଲରେ ଗଣନା କରାଯାଇଛି । ଏବେ ଏଠି ସରକାରୀ ସ୍କୁଲ ପ୍ରତି ସମସ୍ତ ଅଭିଭାବକ ଆସ୍ଥା ହରାଇ ବସିଛନ୍ତି ।

Leave A Reply

Your email address will not be published.

16 − 3 =