pakka

ସୋହେଲା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଚିପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ସୋହେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୃତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵ ରଞ୍ଜନ କର, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ସୌଭାଗ୍ୟ ପଧାନ, ଡ. ସମରେନ୍ଦ୍ର ପଣ୍ଡା, ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଆଗାମୀ ସମୟରେ ବିଜ୍ଞାନର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ । ଏହି ମେଳାରେ ସବ ଜୁନିଅର ବିଭାଗରେ ୩୪ଟି, ଜୁନିଅର ବିଭାଗରେ ୮୬ଟି ଓ ସିନିୟର ବିଭାଗରେ ୩୫ଟି ମୋଟ ୧୫୫ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୃତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ମିତ୍ରଭାନୁ କଚ୍ଛପ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ଆଚାର୍ଯ୍ୟ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମନୋହର ଉଟି, ଗୋଲାପଚାନ୍ଦ ମିଶ୍ର, ମୋତିଲାଲ ନନ୍ଦ ଉପସ୍ଥିତ ଥିଲେ । ଶିକ୍ଷକ ଅଶୋକ ପୁଜାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ବିଜ୍ଞାନ ପ୍ରଦର୍ଶନୀକୁ ସିଆରସିସି ମନୋଜ କୁମାର ମିଶ୍ରଙ୍କ ସହ ବ୍ଲକର ସମସ୍ତ ସିଆରସିସି, କୁଚିପାଲି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ । ଘେଁସ ଉଚ୍ଚ ବିଦ୍ୟାଳୟର ସୃତିସ୍ମିତା ସାହୁ, ସରକାରୀ ଉଚ୍ଚ ବିଦ୍ୟାଳୟର ହିତେଶ କୁମାର ପଣ୍ଡା, ଗ୍ରୀଞ୍ଜାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସତୀଶ ବେହେରା, ଝର ଉଚ୍ଚ ବିଦ୍ୟାଳୟର ସୋନାଲୀ ପ୍ରଧାନ, ବଞ୍ଜାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅର୍ଚ୍ଚିତା ସାହୁ, ବାଟତେର୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅମିତ ଚୌହାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସୋନାଲୀ ଚୌହାନ ଜିଲ୍ଲା ସ୍ତରକୁ ମନୋନୀତ ହୋଇ ପୁରସ୍କାର ପାଇଥିଲେ । ସେହିପରି ସବ ଜୁନିଅର ବିଭାଗରେ ତବଡା ଉଚ୍ଚ ବିଦ୍ୟାଳୟର ଜିଜ୍ଞାସା ସାହୁ, ପାଣିମୋରା ଉଚ୍ଚ ବିଦ୍ୟାଳୟର ଶିକ୍ଷାମିତ୍ର ଦୀପ, ବାଲେଶ୍ୱରଡିହି ପ୍ରାଥମିକ ବିଦ୍ୟାଳୟର ଅରମାନ ଭୁଏ, କରଣ୍ଡୋଲା ଉଚ୍ଚ ବିଦ୍ୟାଳୟର ରିତିକା ଖମାରୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇ ପୁରସ୍କାର ଲାଭ କରିଥିଲେ ।

Leave A Reply

Your email address will not be published.

four − three =