pakka

ଲଣ୍ଡାପଥର ହାଇସ୍କୁଲ ସ୍ୱୀକୃତିକରଣ ପ୍ରସଙ୍ଗ : ସ୍କୁଲ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ନରସିଂହଙ୍କୁ ଦେଲେ ଭବ୍ୟ ସମ୍ବର୍ଦ୍ଧନା

bbehera
  • ଉତ୍ତମ ଶିକ୍ଷା ହିଁ ଅଂଚଳର ଅର୍ଥନୈତିକ ବିକାଶର ଚାବିକାଠି : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେବଳ ସହର ନୁହେଁ ଗାଁ ପିଲା ମଧ୍ୟ ଯେପରି ଉତ୍ତମ ଶିକ୍ଷା ପାଇ ପାରିବେ ତାହାର ଚେଷ୍ଟା ଅନବରତ ଜାରି ରହିଛି । ଅନେକ ଗାଁରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ସହ ସ୍କୁଲର ଭିତ୍ତିଭୂମିକୁ ସୁଦୃଢ କରାଯାଉଛି । ଆପଣଙ୍କ ଗାଁ ସ୍କୁଲରେ ନବମ ଓ ଦଶମ ଶ୍ରେଣୀ ଖୋଲାଯିବା ପାଇଁ ଆପଣମାନେ ଦାବୀ କରିଥିଲେ । ଆମର ସାମଗ୍ରିକ ଚେଷ୍ଟା ବଳରେ ତାହା ଆଜି ସଫଳ ହୋଇଛି । ଆପଣଙ୍କ ଅଂଚଳର ସ୍କୁଲ ପିଲାମାନେ ଅଷ୍ଟମ ଶ୍ରେଣୀ ପରେ ସ୍କୁଲ ବଦଳାଇବା ପାଇଁ ବାଧ୍ୟ ହେଉଥିଲେ । କିନ୍ତୁ ଏହି ପଦକ୍ଷେପ ଦ୍ୱାରା ସ୍କୁଲ ପିଲାମାନେ ତାଙ୍କ ସ୍କୁଲରେ ହିଁ ନବମ ଶ୍ରେଣୀରେ ନାମ ଲେଖାଇ ପାରିବେ, ତଦ୍ୱାରା ପିଲା ଶିକ୍ଷିତ ହେବା ସହ ଅଂଚଳର ଅର୍ଥନୈତିକ ବିକଶ ହୋଇ ପାରିବ । କାରଣ ଉତ୍ତମ ଶିକ୍ଷା ହିଁ ଅଂଚଳର ଅର୍ଥନୈତିକ ବିକାଶର ଚାବିକାଠି ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକ ସ୍ଥିତ ଲଣ୍ଡାପଥରର ପର୍ଶୁରାମ ସ୍କୁଲରେ ନବମ ଶ୍ରେଣୀ ସ୍ୱୀକୃତି ପାଇବା ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧାନା ସଭାରେ ସ୍କୁଲ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଅଭିଭାବକ ତଥା ଗ୍ରାମବାସୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ସେ ଆହୁରି କହିଛନ୍ତି ଯେ, ଶିକ୍ଷାଦାନ ତଥା ଶିକ୍ଷାଲାଭ କ୍ଷେତ୍ରରେ ଥିବା ସମସ୍ତ ପ୍ରକାର ଅସୁବିଧାକୁ ଦୁର କରିବା ପାଇଁ ସେ ପ୍ରତିଶୃତି ବଦ୍ଧ । ତେଣୁ ଛାତ୍ରଛାତ୍ରୀମାନେ ଅସୁବିଧାକୁ ଗୁରତ୍ୱ ନଦେଇ ଉତ୍ତମ ପାଠପଢା, ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍ତମ ଶିକ୍ଷାଦାନରେ ମନୋନିବେଶ କରନ୍ତୁ ଏବଂ ଗ୍ରାମବାସୀମାନେ ସେମାନଙ୍କୁ ସହଯୋଗ କରନ୍ତୁ । ଆଜି ପୂର୍ବାହ୍ନରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଲଣ୍ଡାପଥର ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥରେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀମାନେ ଶ୍ରୀ ମିଶ୍ରଙ୍କୁ ଉଚ୍ଛ୍ୱସିତ ସମ୍ବର୍ଧନା ଜ୍ଞାପନ କରିଥିଲେ । ସ୍କୁଲ ପ୍ରଧାନ ଶିକ୍ଷକ ବିଧାୟକ ଶ୍ରୀ ମିଶ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ସ୍କୁଲର ଉନ୍ନତି ପାଇଁ ବିଧାୟକଙ୍କ ଶୁଭ ଦୃଷ୍ଟି ଲୋଡିଥିଲେ । ଏହି କାର୍ଯ୍ୟକ୍ରମ ପରେ ବିଧାୟକ ଦେଷଣ୍ଡ ଗ୍ରାମ ଗସ୍ତ କରି ଗ୍ରାମବାସୀଙ୍କୁ ସୁବିଧା ଅସୁବିଧା ବୁଝିଥିଲେ । ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଚାନ୍ଦଲି ପାହଡର ଉନ୍ନତି କରାଯାଇ ଏକ ପର୍ଯ୍ୟଟନ ସ୍ଥଳି କରାଯିବା ପାଇଁ ଅନେକ ପଦକ୍ଷେପ ନିଆ ସରିଛି ବୋଲି ଶ୍ରୀ ମିଶ୍ର ଗ୍ରାମବାସୀମାନଙ୍କୁ କହିଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଲଣ୍ଡାପଥର ସରପଞ୍ଚ ଦେବନ୍ତି କ୍ଷେତୀ, ସମିତି ସଭ୍ୟ ବିକାଶ ଭୋଇ, ରାମଜୀ ଚୌଧରି, ଅସିତ ମିଶ୍ର, କାନ୍ତେଶ୍ୱର ପ୍ରଧାନ, ପପୁ ପାତ୍ର, କୈଳାସ ତାଣ୍ଡି, ଦେଷଣ୍ଢ ସରପଞ୍ଚ ଯଶୋଦା ମେହେର, ସମିତି ସଭ୍ୟ ରୁଦନା ଧରୁଆ, ଶିଂଘାମୁଣ୍ଡା ସରପଞ୍ଚ ଜାହ୍ନବୀ ମହାରଣା, ବଡବନ୍ଧ ସରପଞ୍ଚ ଜଗବନ୍ଧୁ ମେହେର, ଛତିଶ କ୍ଷେତୀ, କୁନା ସାହୁ, ପ୍ରହଲ୍ଲାଦ କର୍ମୀ, ଅଚ୍ୟୁତ ମହାନନ୍ଦ, ନିଳମଣୀ ପ୍ରଧାନ, ଦିନବନ୍ଧୁ ମେହେର, ରାଜେନ୍ଦ୍ର ସାଏ, ସ୍ୱୟମ ମେହେର, ଇନ୍ଦ୍ରଜିତ ରାଉତ, ରବିନ୍ଦ୍ର ସାଏ, ଜୁଲୁ ଷଢଙ୍ଗୀ, ବନମାଲୀ ମେହେର, ଏକାନନ ବୁଧିଆ, ଜଲିନ୍ଦ୍ର କଲେତ, ଭକ୍ତ ଧରୁଆ, ବୈଷ୍ଣବ ଧରୁଆ, ଗଦାଧର ପ୍ରଧାନ, ଭାଗବତ ମିଶ୍ର, ରାଧେଶ୍ୟାମ ପୋଢ, ବୁଡକୁ ନାଏକ, ତ୍ରିନାଥ ବୁଧିଆ, ରାଧେଶ୍ୟାମ ଭୋଇ, ରଘୁନାଥ ରାଉତ ଓ କୃତି ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ten + two =