pakka

ରାଜ୍ୟସଭାରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଅସ୍ଥାୟୀ କର୍ମଚାରୀ ପ୍ରସଙ୍ଗ ସହିତ ୧୮% ଜିଏସ୍‌ଟି ପ୍ରତ୍ୟାହାର ଦାବୀ କଲେ ସାଂସଦ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ରାଜ୍ୟସଭାରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଅସ୍ଥାୟୀ ଶ୍ରମିକ କର୍ମଚାରୀ ପ୍ରସଙ୍ଗ ସହିତ ୧୮% ଜିଏସ୍‌ଟି ପ୍ରତ୍ୟାହାର କରିବାକୁ ଦାବୀ ଉପସ୍ଥାପନ କରିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ସାଂସଦ ଶ୍ରୀ ବିଶି ଏ ପ୍ରସଙ୍ଗରେ କହିଛନ୍ତି ଯେ, କେନ୍ଦୁପତ୍ର ବିଭାଗରେ ଓଡିଶାର ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଅସ୍ଥାୟୀ ଶ୍ରମିକ କର୍ମଚାରୀ ବିଶେଷ କରି ଆଦିବାସୀ ଏବଂ ସମାଜର ଗରିବରୁ ଅତି ଗରିବ ଲୋକଙ୍କ ଜୀବିକା ଏବଂ ଆର୍ଥିକ ମେରୁଦଣ୍ଡକୁ କେନ୍ଦୁପତ୍ର ମଜବୁତ କରିଥାଏ । ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପାରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ୨୦୦୬ ଅନୁସାରେ କେନ୍ଦୁପତ୍ର ଏକ ଲଘୁ ଜଙ୍ଗଲ ଜାତ ଦ୍ରବ୍ୟ ଅଟେ । ଏହି ଆଇନ ଅନୁସାରେ କେନ୍ଦୁପତ୍ର ସଂଗ୍ରହ ଏବଂ ବିକ୍ରୟ କରିବା ଆଦିବାସୀ ମାନଙ୍କ ଅଧିକାର ରହିଛି । କିନ୍ତୁ କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିଛନ୍ତି । ଫଳରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଶ୍ରମିକ ଏବଂ କେନ୍ଦୁପତ୍ର ବ୍ୟବସାୟ ବିଶେଷ କ୍ଷତିଗ୍ରସ୍ତ ହେଉଛି । ଓଡିଶାର ଗରିବ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ତୁରନ୍ତ ଜିଏସ୍‌ଟି ପ୍ରତ୍ୟାହାର କରନ୍ତୁ ବୋଲି ସାଂସଦ ଶ୍ରୀ ବିଶି ଦାବୀ ଉପସ୍ଥାପନ କରିଛନ୍ତି । ଏହାଦ୍ୱାରା କେନ୍ଦୁପତ୍ର ସହିତ ଜଡିତ ତୋଳାଳୀ, ବନ୍ଧାଳୀ, ଅସ୍ଥାୟୀ କର୍ମଚାରୀ ମାନଙ୍କ ସାମାଜିକ ନିରାପତ୍ତା ଏବଂ ଉନ୍ନୟନମୂଳକ ଯୋଜନା ଓଡିଶା ସରକାର କରିପାରିବେ । ଏହି ବିଷୟରେ ପୂର୍ବରୁ ମଧ୍ୟ୍ୟ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଦାବୀ ଜଣାଇଛନ୍ତି ବୋଲି ସାଂସଦ ଶ୍ରୀ ବିଶି ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ।

Leave A Reply

Your email address will not be published.

3 × four =