ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ସାଧୁଚରଣ ଖେଳ ପଡିଆ ଠାରେ ବହୁ ପ୍ରତିକ୍ଷୀତ ଷଷ୍ଠ ଗଡଜାତ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଥମେ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀ ଓ ଜଗତର ନାଥ ଜଗନ୍ନାଥଙ୍କ ଠାରେ ମଂଚାସୀନ ଅତିଥି ଗଣ ପୂଜାର୍ଚ୍ଚନା କରାଯାଇଥିଲା । ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ପ୍ରକଳ୍ପ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ବୌଦ୍ଧ ରବୀନ୍ଦ୍ର ନାଥ କହଁର, ମଞ୍ଚ କାର୍ଯ୍ୟକ୍ରମରେ ଶେଷରେ ନୀଳାଚଳ ବିହାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସ୍ଥାନୀୟ କୁନି କୁନି କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ସିନେ କଳାକାର ସୁଶ୍ରୀ ଚାନ୍ଦିନୀ ଜେନା ଓ ସମ୍ବଲପୁରୀ ଲୋକ ଗୀତ ଦର୍ଶକଙ୍କୁ ମୁଗ୍ଧ କରିଥିଲା ।
Prev Post