- ସୁଭଦ୍ରା ଟଙ୍କା ଉଠାଇବାକୁ ଯାଉଥିଲେ ସ୍ୱାମୀସ୍ତ୍ରୀ
ଦେଓଗାଁ, (ମନୀଷ କୁମାର ସାହୁ) : ସୁଭଦ୍ରା ଟଙ୍କା ଉଠାଇବା ପାଇଁ ଯାଇଥିବା ବେଳେ ଦୁର୍ଘଟଣା । ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ୨୬ ନଂ ଜାତୀୟ ରାଜପଥର ଦେଓଗାଁ ଏଟିଏମ୍ ଛକରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ମହିଳାଙ୍କ ନାମ ଲକ୍ଷ୍ମୀ ସୁନା ବୋଲି ଜଣାପଡ଼ଛି ତେବେ ଦୁର୍ଘଟଣା ଘଟାଇଥିବା ବଲୋରୋ ଗାଡି ଘଟଣା ସ୍ଥଳରୁ ଫେରାର ମାରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଦେଓଗାଁ ଥାନା ଅନ୍ତର୍ଗତ ସାରସବାହାଲ ଗାଁର ଭରତ ସୁନା ତାଙ୍କ ସ୍ତ୍ରୀକୁ ନେଇ ଦେଓଗାଁ ସ୍ଥିତ ଏସ୍ବିଆଇ ବ୍ୟାଙ୍କକୁ ଆସୁଥିବା ସମୟରେ ଦେଓଗାଁ ଏଟିଏମ୍ ଛକ ଠାରେ ଗାଡ଼ି ନମ୍ବର ଓଡ଼ି୦୩ ଇ୨୩୩୧ ବୋଲେରୋ ଗାଡ଼ି ଧକ୍କା ଦେବାରୁ ସ୍ୱାମୀସ୍ତ୍ରୀ ୨ଜଣ ଗାଡିରୁ ତଳେ ପଡ଼ି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେଇଥିଲେ ହେଲେ ସେଠାରେ ଡଡାକ୍ତର ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିବା ପଡିଛି ।