centurian jitm

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ । ଏପରି ଏକ ଘଟଣା ଘଟିଛି ବଲାଙ୍ଗଶର ଜିଲ୍ଲା ସଇଁତଳା ଥାନା ତୁଷ୍ଟାପାଲି ଗାଁରେ । ରବିବାର ଅପରାହ୍ନରେ କାଳ ବୈଶାଖୀ ପାଇଁ ସଇଁତଳା ଅଞ୍ଚଳରେ ଝିପି ଝିପି ବର୍ଷା ହେବା ସହ ପବନ ଓ ବିଜୁଳି ମାରିଥିବା ବେଳେ ତୁଷ୍ଟାପାଲିର ଜଣେ ମହିଳା ଛେଳି ଚରାଇବା ପାଇଁ ନିଜ ବିଲକୁ ଯାଇଥିଲା ତେବେ ବର୍ଷା ପାଇଁ ଏକ ଗଛ ମୂଳରେ ଥିବା ବେଳେ ମହିଳା ଜଣକର ବଜ୍ରାଘାତରେ ମୃତ୍ୟୁ ହୋଇଛି । ତେବେ ତାଙ୍କ ନାମ ସ୍ନେହଲତା ବୁଡେକ ବୋଲି ଜଣାପଡିଛି । ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳକୁ ଯିବା ସହ ପୋଲିସକୁ ଖବର ଦେଇଛନ୍ତି । ତେବେ ଆଉ ଜଣେ ପୁରୁଷ ଗୌରାଙ୍ଗ ଦଳପତି ଗୁରୁତର ଥିବା ଜଣାପଡିଛି ।

Leave A Reply

Your email address will not be published.