
ଟିଟିଲାଗଡ଼, (ଖୁସିରାନି ସାହୁ) : ନିର୍ବାଚନ ମଣ୍ଡଳୀରେ ତାତି ଯେତିକି ବଢ଼ିବାରେ ଲାଗିଛି ସେତିକି ଜଳ କଷ୍ଟ ମଧ୍ୟ ଦେଖା ଦେଇଛି । ଗୁଡ଼ଭେଳା ବ୍ଲକ ଧରୁଆପଡା ଛକରେ ମହିଳାମାନେ ରାଜରାସ୍ତାକୁ ଓଲ୍ଲାଇ ପାଣି ମିଳୁନି ବୋଲି ଅଭିଯୋଗ ଆଣିଥିଲେ । ପ୍ରଶାସନ ପାଣି ସମସ୍ୟା ଦୂର କରି ପାରୁନ ଥିବା ବେଳେ ଲୋକେ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନର ଅବହେଳା ଯୋଗୁଁ ଲୋକଙ୍କୁ ପାଣି ମିଳୁନ ଥିବା ନେଇ ଅଭିଯୋଗ କରିଛନ୍ତି ମହିଳା । ମନଇଚ୍ଛା ପାଣି ଆସୁ ଥିବାବେଳେ ବିଭାଗୀୟ ଅଧିକାରୀମାନେ ଶୁଣୁ ନହାନ୍ତି । । ତେବେ ଏଭଳି ଆନ୍ଦୋଳନ କରିବାକୁ ପଡୁଛି ବୋଲି ମହିଳାମାନେ କହିଁଛନ୍ତି । ଖବର ପାଇବା ପରେ ବିଭାଗୀୟ ଅଧିକାରୀମାନେ ଆସି ବୁଝାସୁଝା କରିବା ପରେ ଘଟଣା ଶାନ୍ତ ପଡିଥିବା ଖବର ମିଳିଛି ।