pr

ବରଗଡ଼ ପୁରୁଣା ହସ୍ପିଟାଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ବରଗଡ଼ ନାଗରିକ ମଞ୍ଚ

dr. purohit

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ହସ୍ପିଟାଲ ତଥା ସିଏଚ୍‌ସିରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଏହାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି ବରଗଡ଼ ନାଗରିକ ମଞ୍ଚ । ଏହି ହସ୍ପିଟାଲରେ ସେଲାଇନ ଷ୍ଟାଣ୍ଡ ନଥିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଘଣ୍ଟା ଘଣ୍ଟା ସେଲାଇନ ହାତରେ ଧରି ଛିଡା ହେବାକୁ ପଡୁଛି । ସେହିପରି ଭୀଷଣ ଗରମ ସମୟରେ ରୋଗୀଙ୍କ ପାଇଁ ବେଡ଼ର ସୁବିଧା ନଥିବାରୁ ତଳେ ବାରଣ୍ଡାରେ ରୋଗୀମାନେ ପଡ଼ି ରହୁଛନ୍ତି । ବରଗଡ଼ର ଏହି ହସ୍ପିଟାଲକୁ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି କିନ୍ତୁ ସ୍ୱାସ୍ଥ୍ୟସେବା ଠିକ ସେ ମିଳୁନଥିବା କାରଣରୁ ଖେଦାପାଲି ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ରେଫର କରି ଦିଆଯାଉଛି । ଯେଉଁଠାରେ ସ୍ୱାସ୍ଥ୍ୟସେବା ଆହୁରି ବିପର୍ୟ୍ୟସ୍ତ ସେଠାରୁ ପୁଣି ବୁର୍ଲାକୁ ରେଫର କରାଯାଉ ଥିବା ଅଭିଯୋଗ ହୋଇଛି । ତେଣୁ ଏପରି ସ୍ଥିତିରେ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଗୋଟିଏ ସରକାରଙ୍କ ପ୍ରାଥମିକ ଦାୟିତ୍ୱ ତେଣୁ ଏହି ସିଏଚ୍‌ସିକୁ ପରିଦର୍ଶନ କରି ଯାହା ସବୁ ସମସ୍ୟା ରହିଛି ସମାଧାନ କରିବା ସହ ଅପରେସନ ଥିଏଟର (ଓଟି)କୁ କାର୍ଯ୍ୟକ୍ଷମ କରିବା ସହ ମୋଟ ୨୧ଟି ଡାକ୍ତର ପଦବୀକୁ ପୂରଣ କରାଯାଉ ଏବେ ୫ଟି ଡାକ୍ତରରେ କାମ ଚାଲୁଛି ତାହା ସହ ନର୍ସ ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି କରିବା ସହ ସମସ୍ତ ଔଷଧ ଓ ପରୀକ୍ଷା ଓ ଟେଷ୍ଟକୁ ନିଶ୍ଚିତ କରିବାକୁ ନାଗରିକ ମଞ୍ଚ ଦାବୀ ଜଣାଇଛି । ଏହି ସମୟରେ ଶିବାନନ୍ଦ ମଟାରୀ, ମହେନ୍ଦ୍ର ପୁରୋହିତ, ପ୍ରଶାନ୍ତ କୁମାର ନାୟକ, ସୁଶାନ୍ତ ସାହୁ, ଲତିଫ ଖାନ, ରାଜେନ୍ଦ୍ର ସିକନ୍ଦର, ଗଙ୍ଗା ପୂଜାରୀ, ବିମଲ କୁମାର ଶିକା, ସାରଥୀ ମେହେର, ସୁଶାନ୍ତ ପାଢ଼ୀ, ବିକାଶ ଅଗ୍ରୱାଲ, ସୁରେଶୁ ନିକାଣ୍ଟି, ଭବାନୀ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.