pakka

ବିଶ୍ୱଶାନ୍ତି ହରି ମହାଯଜ୍ଞ ଉଦ୍‌ଯାପିତ

bbehera

ଗାଇସିଲେଟ, (ଦିଲ୍ଲିପ ସରାପ) : ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମରେ ନବଦିନ ବ୍ୟାପୀ ଚାଲିଥିବା ବିଶ୍ୱଶାନ୍ତି ହରି ମହାଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଡାଙ୍ଗବାହାଲ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ମହାଯଜ୍ଞର ପୂଜାକର୍ତ୍ତା ଥିଲେ ଦିଲ୍ଲିପ କୁମାର ସାହୁ ଓ ଅହଲ୍ୟା ସାହୁ । ୨୧ ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ଯଜ୍ଞରେ ୫୦୧ ଜଣ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା କରାଯାଇଥିଲା । ପ୍ରତ୍ୟହ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭାଗବତ ପାରାୟଣ ସହ ଅନ୍ନଛତ୍ରର ବ୍ୟବସ୍ଥା ହୋଇଥିଲା । ସନ୍ଧ୍ୟାରେ ମୀନାବଜାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ଯାହା ଦର୍ଶକମାନଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ବ୍ରଜେଶ୍ୱରୀ ଗଣନାଟ୍ୟ (ଭଗବାନ ପାର୍ଟି) କୁମ୍ଭାରୀ, ଶକ୍ତିମୟୀ ଅପେରା, ରାଇସଲପଦରଙ୍କ ଦ୍ୱାରା ପରିବେଷିତ ନାଟକଗୁଡିକ ଦର୍ଶକମାନଙ୍କୁ ରାତିସାରା ବାନ୍ଧି ରଖିପାରିଥିଲା ।

jay balangir
Leave A Reply

Your email address will not be published.

15 − seven =