pakka

ମାତୃ ଓ ଶିଶୁ ଚିକିତ୍ସାଳୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଅଞ୍ଚଳରେ ଦୀର୍ଘଦିନ ଧରି ଦାବୀ ହୋଇ ଆସୁଥିବା ମାତୃ ଓ ଶିଶୁ ଚିକିତ୍ସାଳୟର ସ୍ଥାପନ ଆଶା ଆଜି ପୂରଣ ହୋଇଛି । ୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ପାଇଁ ବଲାଙ୍ଗିର ସାଂସଦ ଲୋକସଭାରେ ପ୍ରଶ୍ନ ଉଠାଇଥିଲେ ଓ ତାହା ପିଆଇପି ପାଣ୍ଠିରୁ ମଞ୍ଜୁର ହୋଇ ପୂର୍ତ୍ତ ବିଭାଗକୁ ନିର୍ମାଣ ପାଇଁ ଦାୟିତ୍ୱ ଦିଆଯାଇଛି । ସେଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇ ଲାଠୋରର ବିଜୟ ଅଗ୍ରୱାଲଙ୍କୁ ନିର୍ମାଣ କରିବାକୁ ଦିଆଯାଇଛି । ଏହି ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଅଟକଳ ୧୧ କୋଟି ୬୫ ଲକ୍ଷ ୮୦ ହଜାର ୪୮୯ ଟଙ୍କା ରହିଛି । ନିର୍ମିତ ହେବାକୁ ଥିବା ଚିକିତ୍ସାଳୟ ପାଇଁ ଆଜି ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ନିଜ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅର୍ଜୁନ ବେହେରା, ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଅରୁଣ ପ୍ରକାଶ ଟେଟୋ ଓ କନିଷ୍ଟ ଯନ୍ତ୍ରୀ ଅମିତ ସାମଲଙ୍କ ସହ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ । ଏହି ଚିକିତ୍ସାଳୟ ନିର୍ମାଣ ଆଗାମୀ ଦୁଇ ବର୍ଷରେ ଶେଷ ହେବ ବୋଲି ଠିକାଦାର ବିଜୟ କୁମାର ଅଗ୍ରୱାଲ କହିଛନ୍ତି । ପାଟଣାଗଡ଼ରେ ଏକ ନୂତନ ଚିକିତ୍ସାଳୟ ନିର୍ମାଣ ହେବାକୁ ଯାଉଥିବାରୁ ଜନସାଧାରଣ ସାଂସଦଙ୍କ କାର୍ଯ୍ୟକୁ ପ୍ରସଂଶା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ନଗର ବିଜେପି ସଭାପତି ସୁଶାନ୍ତ କୁମାର ମହାନ୍ତି, ୨୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅନିମା ଦାସଙ୍କ ସହ ବହୁ ବିଜେପି କର୍ମୀ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

18 + 5 =