pakka

ପ୍ୟାର କିଆ ତୋ ଡର୍‌ନା କ୍ୟା ?

bbehera

ପାଟନା : ପ୍ୟାର କିଆ ତୋ ଡର୍‌ନା କ୍ୟା ? ପ୍ରେମ ସାମ୍ନାରେ ଜାତି, ଧର୍ମ ତୁଚ୍ଛ ହୋଇ ଆସିଛି । କାଳେ କାଳେ ସବୁବେଳେ ପ୍ରେମର ବିଜୟ ହୋଇଛି । ଏଥିପାଇଁ ତ ପ୍ରେମକୁ ଅଂଧ ବୋଲି କୁହାଯାଏ । ଜାତି ଓ ଧର୍ମକୁ ଅତିକ୍ରମ କରି ହଳେ ଯୁବକ ଯୁବତୀ ବିବାହ କରିଥିବା ବେଳେ ବର୍ତ୍ତମାନ ଉଭୟଙ୍କ ପରିବାର ଉଭୟଙ୍କ ଶତ୍ରୁ ପାଲଟି ଯାଇଥିବା ଭଳି ଏକ ଖବର ଆସିଛି । ବିହାର ରାଜ୍ୟର ପାଟ୍‌ନା ଅଧୀନସ୍ଥ ବିହାଟା ପୋଲିସ ଷ୍ଟେସନ ଅଂଚଳର ଏକ ଗାଁର ଜଣେ ଯୁବତୀ ଏବଂ ଆରା ସଦର ପୋଲିସ ଷ୍ଟେସନ ଅଂଚଳରେ ରହିଥିବା ଘେଗଟା ଗାଁର ଜଣେ ଯୁବକ ନୌଶାଦ ଦୁହେଁ ଆରାକୁ କୋଚିଂରେ ପାଠ ପଢ଼ିବା ପାଇଁ ଯାଉଥିଲେ । କୋଚିଂରେ ପାଠ ପଢ଼ିବା ସମୟରେ ପରସ୍ପର ପରସ୍ପରର ନିକଟତର ହୋଇଥିଲେ ଏବଂ ପ୍ରେମରେ ପଡିଥିଲେ । ଉଭୟଙ୍କ ପ୍ରେମ ଏତେ ଦୂରକୁ ପହଞ୍ଚିଗଲା ଯେ ଦୁହେଁ ଘରୁ ପଳାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ବିବାହ କରିଥିଲେ ଏବଂ ଯେତେବେଳେ ଉଭୟଙ୍କ ପରିବାର ସଦସ୍ୟ ଏହି ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ, ଉଭୟଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଦମ୍ପତି ଭିଡିଓ ଜାରି କରି କହିଛନ୍ତି ଯେ, ଆମେ ବଞ୍ଚିବାକୁ ଚାହୁଁ, ଆମକୁ ବଞ୍ଚିବାକୁ ଦିଆଯାଉ ।

ସୂଚନା ଅନୁସାରେ ଫେବୃଆରୀ ୧୩ରେ ଭାଲେଣ୍ଟାଇନ୍ ଡେ’ର ଗୋଟିଏ ଦିନ ପୂର୍ବରୁ ଏହି ପ୍ରେମୀ ଯୁଗଳ ଘରୁ ପଳାଇବାକୁ ଯୋଜନା କରିଥିଲେ । ଫେବୃଆରୀ ୧୩ ତାରିଖ ଦିନ ସକାଳେ ଯୁବକ ଜଣକ ତାଙ୍କ ସାଙ୍ଗମାନଙ୍କ ସହ ବିହାଟା ପୋଲିସ ଷ୍ଟେସନ ଅଞ୍ଚଳର ପାରେଭ ଗ୍ରାମରେ ପହଞ୍ଚିଥିଲେ ଏବଂ ପରେ ଯୁବତୀ ଜଣକ ମଧ୍ୟ ବୁଲିବାକୁ ବାହାନା କରି ଘରୁ ବାହାରି ଆସିଥିଲେ । ଯେତେବେଳେ ଯୁବତୀ ଜଣକ ଘରକୁ ଫେରି ନଥିଲେ, ତାଙ୍କ ପରିବାର ସଦସ୍ୟ ଖୋଜିଖୋଜି ଆରମ୍ଭ କରିଦେଲେ । ଆଖପାଖରେ ସ୍ଥାପିତ ସିସିଟିଭି ଫୁଟେଜ୍ ଦ୍ୱାରା ମଧ୍ୟ ଖୋଜା ଯାଇଥିଲା । ଯେତେବେଳେ ଦୁହେଁ ବାଇକ୍‌ରେ ବସି ଯାଉଥିବା ସୂଚନା ପାଇଥିଲେ, ସେତେବେଳେ କ୍ରୋଧିତ ପିତା ନୌଶାଦ ଏବଂ ତାଙ୍କ ଦୁଇ ସାଙ୍ଗଙ୍କ ନାମରେ ବିହାଟା ପୋଲିସ ଷ୍ଟେସନରେ ଅପହରଣର ମାମଲା ଦେଇଥିଲେ ।

ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ପାରିବାରିକ ଚାପ ପରେ ପ୍ରେମୀ ଯୁଗଳ ଏକ ଭିଡିଓ ସୋସିଆଲ ମିଡିଆରେ ଦେଇଥିଲେ ଏବଂ ପ୍ରଶାସନକୁ ନିବେଦନ କରିଥିଲେ ଯେ, ଆମେ ଉଭୟେ ନିଜ ଇଚ୍ଛାରେ ଘରୁ ଚାଲି ଆସିଛୁ । ଆମେ ପରସ୍ପରକୁ ବହୁତ ଭଲପାଉ ଏବଂ ପରସ୍ପର ବିନା ବଞ୍ଚିପାରିବୁ ନାହିଁ । ଏଥି ସହିତ ଯୁବକ ଜଣକ କହିଥିଲେ ଯେ, ଯଦି ଆପଣମାନେ ଆମକୁ ଅଲଗା କରିବାକୁ ଚିନ୍ତା କରନ୍ତି, ତେବେ ଆମେ କିଛି ବି କରିପାରିବୁ । ଏପରିକି ନିଜର ଜୀବନ ମଧ୍ୟ ଦେଇ ପାରିବୁ । ପ୍ରେମିକା ଜଣକ କହିଛନ୍ତି ଯେ, ଯଦି ଆମ ସହିତ କିଛି ଘଟେ, ତେବେ ଆପଣମାନେ କେବଳ ଏଥିପାଇଁ ଦାୟୀ ରହିବ । ଆପଣମାନଙ୍କୁ ଅନୁରୋଧ, ଆମେ ବଞ୍ଚିବାକୁ ଚାହୁଁ, ଆମକୁ ବଞ୍ଚିବାକୁ ଦିଆଯାଉ ।

jay balangir
Leave A Reply

Your email address will not be published.

13 − nine =