pakka

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ : ମ.ରାମପୁରରେ ଶୋକ

bbehera

ମ.ରାମପୁର, (ହେମନ୍ତ ସାହୁ) : ବୁର୍ଲା ନିକଟସ୍ଥ ପାୱାର ଚେନାଲରେ ଗତକାଲି ଡ଼େଇଁ ପଡ଼ି ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ଆତ୍ମହତ୍ୟା କରିଥିବା ବେଳେ ତାକୁ ନେଇ କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବାପା ଡ଼ାକ୍ତର ବନମାଳୀ ସାହୁ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଥିବା ବେଳେ ଗତ ତିରିଶ ବର୍ଷ ଧରି ମ.ରାମପୁର ଅଂଚଳରେ ରହିଆସିଛନ୍ତି । ଏହି ଘଟଣା ପ୍ରଚାରିତ ହେବା ପରେ ମ.ରାମପୁରରେ ଥିବା ଚିନ୍ମୟୀଙ୍କ ସହପାଠୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଚିନ୍ମୟୀ ଜଣେ ମେଳାପୀ ଓ ମେଧାବୀ ଛାତ୍ରୀ ଥିବାରୁ ସମସ୍ତଙ୍କ ମହଲରେ ବେଶ୍ ପରିଚିତ ଥିଲେ । ତାଙ୍କରି ଏଭଳି ଅକାଳ ବିୟୋଗକୁ ପରିବାର ବର୍ଗ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ମ.ରାମପୁର ସହରରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

three − 2 =