oom

ଡୁଡୁକିପଦର ସୁଖାଜୋର ଡେମରେ ଗାଁ ମାରେନ ମାଛ ଧରା

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଶ୍ଚିମ ଓଡିଶାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ଲୋକ ମାନଙ୍କ ମାଛ ଧରିବାର ମଜା ଯାହାକୁ ଗାଁ ମାରେନ କହିଥାନ୍ତି । ଏହି ପ୍ରଥା ବହୁ ବର୍ଷ ତଳେ ଚାଲୁଥିଲା, ଠିକା ନେଇଥିବା ବ୍ୟକ୍ତି ମାଛ ଧରି ସାରିବା ପରେ, ପଙ୍କ ତଳ ଉପର ପାଇଁ ସାମୁହିକ ମାଛ ଧରା ବା ଗାଁ ମାରେନ କରୁଥିଲେ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଡୁଡୁକିପଦର ଗ୍ରାମର ସୁଖାଜୋର ଡେମରେ ଅଞ୍ଚଳବାସୀ ଦୀର୍ଘ ୮ ବର୍ଷ ପରେ ଆଜି ସାମୁହିକ ମାଛ ଧରିଥିବା ଖବର ଜଣାପଡିଛି । ଖପ୍ରାଖୋଲ କ୍ଷୁଦ୍ରତମ ଜଳ ସେଚନ ବିଭାଗ ତରଫରୁ ବିଗତ ୨୫ ବର୍ଷ ତଳେ ସୁଖାଜୋର ନାଲାରେ ପାଖାପାଖି ଦୁଇ କୋଟି ଟଙ୍କାରେ ଏକ ଡ଼ାଇଭାର୍ସନ ଡେମ ନିର୍ମାଣ ହୋଇଥିଲା । ସେତେବେଳେ ପ୍ରତିବର୍ଷ ମରୁଡି ଲାଗି ରହୁଥିବାରୁ, ଚାଷୀ ମାନଙ୍କ ସହାୟକ ଉଦ୍ଦେଶ୍ୟରେ ଏହି ଡେମ ହୋଇଥିଲା ବ୍ଲକର ତେଲେନପାଲି, ରେଙ୍ଗାଲି, ଘୁନସର, ମହରାପଦର, ଓଡ଼ିଆପାଲି, ନାନ୍ଦୁପଲା, ଭାନପୁର, ମାଟିଆଭଟା, ଧଣ୍ଡାମୁଣ୍ଡା ପଞ୍ଚାୟତର ବହୁ ଲୋକ ସାମିଲ ହୋଇ ଆନନ୍ଦର ସହ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ମାଛ ଧରି ଥିବା ଜଣାପଡିଛି ।

jittmm
Leave A Reply

Your email address will not be published.