jsm

ମୁଖ୍ୟମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଶିକ୍ଷିତ ବେକାରୀ ଓ ବେରୋଜଗାରୀ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ନାଗରିକ କମିଟୀ ସାଧାରଣ ସଭାର ନିଷ୍ପତ୍ତି କ୍ରମେ ବଲାଙ୍ଗିରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଜରିଆରେ ଏକ ୯ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । ବଲାଙ୍ଗିରରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ କରିବା ଏବଂ କପା ଓ ଆଖୁ ଚାଷକୁ ପ୍ରୋତ୍ସାହନ ଦେବା ସହ ପୋନିସୁଗରକୁ ପୁନଃ କାର୍ଯ୍ୟକ୍ଷମ କରିବା, କୃଷି ବିଶ୍ୱବିଦ୍ୟାଳୟ, ଆୟୁଷ ବିଶ୍ୱବିଦ୍ୟାଳୟ ଓ ହୋମିଓପାଥି କଲେଜ ଖୋଲିବା ସହ ଆଇ.ଆଇ.ଟି ସ୍ଥାପନ କରିବା, ଆଇନ ଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଡି.ଆଇ.ଜି ଅଫିସ ଖୋଲିବା, ରାଜସ୍ୱ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆର.ଡି.ସି. ଅଫିସ ସ୍ଥାପନ କରିବା, ଭୀମଭୋଇ ସରକାରୀ ମେଡିକାଲ କଲେଜରେ ପି.ଜି. କ୍ଲାସ ଆରମ୍ଭକରି ସବୁ ବିଭାଗରେ ପ୍ରଫେସର ନିଯୁକ୍ତି କରିବା, ତୁଷୁରା ଏୟାରଷ୍ଟ୍ରିପର ଉନ୍ନତ୍ତି କରଣ ସହ ବଲାଙ୍ଗିରରୁ ରାଜଧାନୀ ଭୁବନେଶ୍ୱରକୁ ଉଡାନ ବ୍ୟବସ୍ଥା କରିବା ତଥା ବଲାଙ୍ଗିରରେ ଆଇ.ଟି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଏହାର ଉନ୍ନତ୍ତି କରିବା ଆଦି ଦାବୀ ଗୁଡିକ ପୁରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଅନୁରୋଧ କରାଯାଇଛି । ପୁନଶ୍ଚ ସଂପୃକ୍ତ ମନ୍ତ୍ରୀ ମହୋଦୟ ମାନଙ୍କୁ ତଥା ବିଭାଗୀୟ ପ୍ରମୁଖ ସଚିବ ମାନଙ୍କ ପାଖକୁ ଦାବୀ ପତ୍ରର ନକଲ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇଛି । ଆଜି ଏହି ଦାବୀ ପତ୍ର ଦେବା ସମୟରେ ନାଗରିକ କମିଟୀର ବହୁସଭ୍ୟ ଉପସ୍ଥିତ ଥିଲେ କିନ୍ତୁ ପ୍ରତିନିଧି ଭାବରେ ସଭାପତି ଶ୍ରୀ ମିଶ୍ରଙ୍କ ସହ ସଦସ୍ୟ ଗୋପବନ୍ଧୁ ପୁରୋହିତ, ଲୋକନାଥ ସିଂହ ଏବଂ ଡା. ପ୍ରମୋଦ ମିଶ୍ର ଜିଲ୍ଲାପାଳଙ୍କୁ ଦାବୀପତ୍ର ହସ୍ତାନ୍ତର କରିଥିଲେ ।

yuvodaya
Leave A Reply

Your email address will not be published.