pakka

ସୁନା ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ଗହଣା ଲୁଟ୍

bbehera

ନବରଙ୍ଗପୁର, (କେପିଏନ୍‌ଏସ୍‌) : ସୁନା ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ଗହଣା ଲୁଟ୍ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଭାରସୁଣ୍ଡି ଗାଁରୁ ସୁନା ବ୍ୟବସାୟୀ ଆଶାରାମ ଗଣ୍ଡ ମୋଟରସାଇକେଲ ଯୋଗ ସେ ଗୋନା ବଜାରରୁ ଫେରୁଥିଲେ । ଏତିକିବେଳେ ଭାରଶୁଣ୍ଡି ଡିଏନକେ ଓ ଛତାବେଡା ରାସ୍ତା ମଝିରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଛୁରାମାଡ଼ କରିଥିଲେ । ପରେ ସୁନା ଗହଣା ଭର୍ତ୍ତି ବ୍ୟାଗ୍ ଧରି ଘଟଣାସ୍ଥଳରୁ ଫେରାର୍‌ ମାରିଥିଲେ । ଏନେଇ ଆଶାରାମ ରାଇଘର ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.

18 − seventeen =