ବାଲେଶ୍ୱର ଏସ୍‌ପି ନୀତି ଶେଖରଙ୍କୁ ଆରଟିଆଇ ପକ୍ଷରୁ ଲକ୍ଷେ ଟଙ୍କା ଜରିମାନା

ସୋର : ଆରଟିଆଇ କର୍ମୀଙ୍କୁ ସୂଚନା ନଦେବାରୁ ତତ୍କାଳୀନ ବାଲେଶ୍ୱର ଏସପି ନୀତି ଶେଖରଙ୍କୁ ୧ ଲକ୍ଷ ଟଙ୍କା ଜରିମନା କରାଯାଇଛି । ୨୦୧୬ ମସିହାରେ ସିମୁଳିଆ, ଖଇରା, ସୋର ଥାନାରେ ଏକ କାଳୀନ ୩ ଟି ମାମଲା ଘଟଣାରେ ଭୋଗରାଇ ଅଂଚଳର ସୁବ୍ରତ ବେହେରାଙ୍କୁ ଗିରଫ ଘଟଣାରେ ଆରଟିଆଇ କର୍ମୀ ବନଜା ମଞ୍ଜରୀ ମିଶ୍ର ତତ୍କାଳୀନ ବାଲେଶ୍ୱର ଏସପି ନୀତି ଶେଖରଙ୍କୁ ଆରଟିଆଇ ଆକ୍ଟରେ ତଥ୍ୟ ମାଗିଥିଲେ । ତତ୍କାଳୀନ ଏସପି କୌଣସି ତଥ୍ୟ ନଦେବାରୁ ବନଜା ୨୦୧୭ ମସିହାରେ ଭୁବନେଶ୍ୱର ରାଜ୍ୟ ସୂଚନା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ । ସୂଚନା କମିଶନର ୧୧ ଗୋଟି ତାରିଖ ରଖିଥିଲେ ମଧ୍ୟ ତତ୍କାଳୀନ ଏସପି ହାଜର ହୋଇନଥିଲେ କିମ୍ବା ସୂଚନା ପ୍ରଦାନ କରି ନ ଥିଲେ । ସେହି ମାମଲାରେ ସୂଚନା କମିଶନର ସୁଶୀଲ କୁମାର ମିଶ୍ର ରାୟର ଶୁଣାଣି କରି ତତ୍କାଳୀନ ବାଲେଶ୍ୱର ଏସପି ନୀତି ଶେଖରଙ୍କୁ ଲକ୍ଷେ ଟଙ୍କା ଜରିମାନା ଦେବା ସହିତ ୭ଦିନ ମଧ୍ୟରେ ବନଜାଙ୍କୁ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

1 × 5 =