om academy

ଓଡ଼ିଶାର ୪ ଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ଵଙ୍କ ଡାକ ଟିକଟ ଲୋକାର୍ପିତ

jsm

କଟକ : ଓଡ଼ିଶାର ୪ ଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ଵଙ୍କ ଡାକ ଟିକଟ ଲୋକାର୍ପିତ ହୋଇଯାଇଛି । ସେମାନେ ହେଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଓଡିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର, ବିଶିଷ୍ଟ ଅଭିନେତ୍ରୀ ପାର୍ବତୀ ଘୋଷ ଏବଂ ବିଶିଷ୍ଟ ସଂଗୀତଜ୍ଞ ଅକ୍ଷୟ ମହାନ୍ତି । ଭାରତୀୟ ଡାକ ସେବା ବିଭାଗ ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଂଜୟ ନାୟକ ଉପସ୍ଥିତ ରହି ଡାକ ଟିକେଟ ଲୋକାର୍ପଣ କରିଥିଲେ । ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ ଶୁଭେନ୍ଦୁ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଡାକଟିକେଟ ସଂଗ୍ରାହକ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆଜି ଯେଉଁମାନଙ୍କ ନାଁରେ ଡାକଟିକେଟ ଲୋକାର୍ପିତ ହୋଇଛି ସେମାନେ ଓଡ଼ିଶାର ବରପୁତ୍ର । ସାରା ବିଶ୍ବରେ ଓଡ଼ିଶାର ଖ୍ୟାତି ବୃଦ୍ଧି କରିବାରେ ଏମାନଙ୍କ ଉଦ୍ୟମ ଆଜି ପ୍ରତିଟି ଓଡ଼ିଆଙ୍କୁ ଗର୍ବିତ କରିଛି ବୋଲି ଉଭୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଶ୍ରୀ ବୈଷ୍ଣବ ପ୍ରକାଶ କରିଥିଲେ ।

Leave A Reply

Your email address will not be published.