ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ

ଖଲ୍ଲିକୋଟ : ଜାତୀୟ ରାଜପଥ- ୧୬ର କେଶପୁର ଛକ ସ୍ଥିତ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌ ଏଟିଏମ୍‌ କାଟି ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ରବିବାର ରାତିରେ କୌଣସି ଦୁର୍ବୃତ୍ତ ଏଟିଏମ୍‌ କାଉଣ୍ଟର୍‌ ଭିତରେ ପଶି ପ୍ରଥମେ ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଦେଇଥିଲେ । ପରେ ଗ୍ୟାସ୍‌ କଟର୍‌ରେ ମେସିନ୍‌ କାଟି ତାହା ଭିତରେ ଗଚ୍ଛିତ ଥିବା ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟି ନେଇଥିବା ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତମାନେ ଗଲା ବେଳକୁ ସିସିଟିଭି ହାର୍ଡ ଡିସ୍କ ମଧ୍ୟ ସାଥୀରେ ନେଇ ଯାଇଛନ୍ତି ।

ରବିବାର ବିଳମ୍ବିତ ରାତିରେ ଟଙ୍କା ଲୁଟ୍‌ ହୋଇଥିବା ବେଳେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ସୋମବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଛନ୍ତି । ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଆଇଆଇସି ଅନୀଲ କୁମାର ପରିଡ଼ା, ଏସ୍‌ଆଇ ହିମାଂଶୁ ଶେଖର ପାତ୍ର, ଏଏସ୍‌ଆଇ ଅନୀଲ ଶବର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

Leave A Reply

Your email address will not be published.

16 − nine =