ଚନ୍ଦ୍ରଭାଗା ବେଳାଭୂମି ନିକଟରୁ ମୃତ ହରିଣ ଉଦ୍ଧାର

କୋଣାର୍କ : କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ନିକଟରୁ ଗୋଟିଏ ହରିଣର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ହରିଣଟି ସମୁଦ୍ର ଲହଡ଼ିରେ ଭାସିଯାଇଥିଲା । ଏହାକୁ ସ୍ଥାନୀୟ ବ୍ୟବସାୟୀମାନେ ଦେଖି କୂଳକୁ ଆଣିଥିଲେ । ସେତେବେଳକୁ ହରିଣଟିର ମୃତ୍ୟୁ ହୋଇଯାଇଥିଲା । ଖବରପାଇ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ହରିଣଟିକୁ ଜବତ କରି କୋଣାର୍କ ବନବିଭାଗ କାର୍ୟ୍ୟାଳୟକୁ ଆଣିଥିଲେ । ଚିତ୍ରା ହରିଣଙ୍କ ପାଇଁ ବାଲୁଖଣ୍ଡ ଅଭୟାରଣ୍ୟର ଅସୁରକ୍ଷିତ ହୋଇପଡିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସମୁଦ୍ର କୂଳରେ କୁକୁର ପଲ ହରିଣକୁ ବେଢ଼ିଯାଇ ଶିକାର କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

20 − 2 =

error: Content is protected !!