
କେନ୍ଦୁଝର : ପିଆଜ ବୋଝେଇ ଟ୍ରକ୍ରେ ଲାଗିଲା ନିଆଁ । ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଗାଡ଼ି । କେନ୍ଦୁଝର ଯୋଡ଼ାରେ ଏହି ଘଟଣା ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ସୂଚନା ଯୋଗ୍ୟ ଯେ, ଶୁକ୍ରବାର ବିଳମ୍ଵିତ ରାତିରେ ଏକ ପିଆଜ ବୋଝେଇ ଟ୍ରକ୍ ମହାରାଷ୍ଟ୍ର ନାସିକରୁ ଆସି ଯୋଡ଼ା ପୌରାଞ୍ଚଳର ୟୁନିଅନ ବ୍ୟାଙ୍କ୍ ନିକଟରେ ଠିଆ ହୋଇଥିଲା । ଟ୍ରକ୍ ଡ୍ରାଇଭର ଓ ହେଲପର୍ ଗାଡ଼ି ଭିତରେ ଶୋଇଥିବା ବେଳେ, ଟ୍ରକର ପଛ ଭାଗରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ଯୋଗୁଁ ଟ୍ରକ୍ର ପଛ ଡାଲା ସହ ୩ଟି ଟାୟାର ଜଳି ଯାଇଛି । ଡ୍ରାଇଭର୍ ଓ ହେଲପର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ କିଏ ଓ କାହିଁକି ଟ୍ରକ୍ରେ ନିଆଁ ଲଗାଇଲା ତାହା ସ୍ପଷ୍ଟ ହୋଇନାହିଁ ।