ମହାମାରୀରେ ଯୁବସମାଜର ଭୂମିକା ଗୁରୁତ୍ୱପୁର୍ଣ୍ଣ : କଂଟାବାଞ୍ଜି କେଭି ମହାବିଦ୍ୟାଳୟ ପକ୍ଷରୁ କରୋନା ପରବର୍ତ୍ତୀ ଅବସ୍ଥା ଉପରେ ୱେବିନାର

କଂଟାବାଞ୍ଜି, (ମନୀଷ କୁମାର ହଂସ) : ଆଜି କେଭି ମହାବିଦ୍ୟାଳୟ କଂଟାବାଞ୍ଜିର ଏନ୍‌ଏସ୍‌ଏସ୍‌ ୟୁନିଟ ତରଫରୁ କୋଭିଡ୍ ପରବର୍ତ୍ତୀ ସମୟର ଯୁବ ସମାଜ ଉପରେ ପ୍ରଭାବ ଓ ତାର ପ୍ରତିକାର ଉପରେ ଏକ ୱେବିନାର ଆୟୋଜନ ହୋଇଥିଲା । ବିଶିଷ୍ଠ ଡାକ୍ତର ଗୋବିନ୍ଦ ଅଗ୍ରୱାଲ ଏବଂ ଡାକ୍ତର ରମେଶ ଚନ୍ଦ୍ର ମିଶ୍ର ଏଥିରେ ଅତିଥି ଭାବରେ ଯୋଗ ଦେଇ କରୋନା, କରୋନା ପରବର୍ତ୍ତୀ ଅବସ୍ଥା, ଯୁବ ସମାଜ ଉପରେ ତାର ପ୍ରଭାବ ଏବଂ ତାର ପ୍ରତିକାର ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କେଭି ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଡ. ସଂଜୟ କୁମାର ମିଶ୍ରଙ୍କ ସଂଯୋଜନା କ୍ରମେ ଆୟୋଜିତ ଏହି ୱେବିନାରରେ ଅଧକ୍ଷ ସତ୍ୟବ୍ରତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭା ଉଦ୍‌ଘାଟନ କରିଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ହେମନ୍ତ ମଲ୍ଲିକ ଏବଂ ରାଜ୍ୟ ତାଲିମ ସଂଯୋଜକ ନିରଦବରଣ ଖୁଣ୍ଟିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ରକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ଅତିଥି ମାନେ ସମସ୍ତେ କୋଭିଡ ଟୀକା ନେବା, ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପରିଧାନ କରିବା ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଆଦିକୁ ଗୁରୁତ୍ୱ ଦେଇଥିଲେ । କୋଭିଡ୍ ପରିଚାଳନାରେ ସରକାରଙ୍କ ଭୂମିକାକୁ ଭୁୟସୀ ପ୍ରଂଶସା କରାଯାଇଥିଲା । ପରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କ କୋଭିଡ୍ ସଂପର୍କୀତ ବିଭିନ୍ନ ପ୍ରଶ୍ନର ଉତ୍ତର ଡାକ୍ତରମାନେ ଦେଇଥିଲେ । ପରେ ଅଧ୍ୟପିକା ଦୀପାଳି ଶର୍ମା ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲ ।

Leave A Reply

Your email address will not be published.

5 × 5 =