ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ମାକ୍ସ, ସେନିଟାଇଜର ଓ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ଯୁବ କୁଲୁତା ସମାଜ ନାମରେ ସାମାଜିକ ଧାରା ୧୮୬୦ ଅଧୀନରେ ପଞ୍ଜିକୃତ ଏକ ସମାଜିକ ସଂଗଠନ ଗତ ୨୦୧୪ ମସିହାରୁ ଅନେକ ସେବା ତଥା ଉନ୍ନୟନମୂଳକ କାର୍ଯ୍ୟ କରିଆସୁଛି । ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ପଥରଚେପା ସ୍ଥିତ ଆଦୃତା ଶିଶୁ ଗୃହ ଆଶ୍ରମରେ ମାକ୍ସ, ସେନିଟାଇଜର ଓ ଖାଦ୍ୟ ବଣ୍ଟନ କରାଯାଇଥିଲା । ଆଶ୍ରମଟି କିଛି ବ୍ୟକ୍ତି ବିଶେଷଙ୍କ ଅନୁଦାନରେ ଚାଲିଥିବା ଆଶ୍ରମର କର୍ମଚାରୀ କହିଛନ୍ତି ।


ଆଗାମୀ ଦିନରେ ଏହି ଆଶ୍ରମକୁ କିଭଳି ଅଧିକ ସାହାଯ୍ୟ ସହଯୋଗ ମିଳିପାରିବ, ସେଥି ପ୍ରତି ଉଦ୍ୟମ କରାଯିବ ବୋଲି ଯୁବ ସଂଗଠନ ତରଫରୁ କୁହାଯାଇଛି । ଯୁବ ସଭାପତି ଅସୀମ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେଶବ ବିଶ୍ୱାଲ, ସଂଜିବ ସାହୁ, ନରେନ୍ଦ୍ର କୁମାର ସାହୁ, କେଶବ ପ୍ରଧାନ, ବାସୁଦେବ ସାହୁ, ଜିତେନ୍ଦ୍ର ବିଶ୍ୱାଲ, ମହେନ୍ଦ୍ର ଭୋଇ, ଦେବାଶିଷ ପ୍ରଧାନ, ନିରଞ୍ଜନ ଗଡତ୍ୟା, ସୁଦୀପ ପଧାନ, ସୁଶାନ୍ତ ପ୍ରଧାନ, ବିଶ୍ୱନାଥ ବିଶ୍ୱାଲ, ଅମିତ ପ୍ରଧାନ, ରିବ୍ୟା ପଧାନ, ଶ୍ରୀକାନ୍ତ ସାହୁ, ସୁଶିଲ ବିଶ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.