om academy

ଜାତୀୟ ଶିକ୍ଷାନୀତି-୨୦୨୦ ଉପରେ ଜୋନାଲ୍‌ ସ୍ତରୀୟ ଅନ୍‌ଲାଇନ କନ୍‌ଭେନ୍‌ସନ୍‌

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଏଆଇଡିଏସ୍‌ଓ ତରଫରୁ ଜାତୀୟ ଶିକ୍ଷାନୀତି-୨୦୨୦ ଉପରେ ବଲାଙ୍ଗିର-ସୋନପୁର-ବୌଦ୍ଧ-କଳାହାଣ୍ଡି-ନୁଆଁପଡା-ବରଗଡ-ସମ୍ବଲପୁର ଜୋନାଲ୍‌ ସ୍ତରୀୟ ଅନ୍‌ଲାଇନ କନ୍‌ଭେନ୍‌ସନ୍‌ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂପାଦକ ମଣ୍ଡଳି ସଭ୍ୟ ସୁନୀଲ ଭୋଇଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା । ଏହି କନ୍‌ଭେନ୍‌ସନ୍‌ରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ତଥା ସ୍ତମ୍ଭକାର କିଶୋର ମେହେର ଏବଂ ମୁଖ୍ୟବକ୍ତା ଭାବେ ଏଆଇଡିଏସ୍‌ଓର ରାଜ୍ୟ ଉପ-ସଭାପତି କମ୍ରେଡ୍‌ ସିଦ୍ଧାର୍ଥ ରଥ ଯୋଗ ଦେଇଥିଲେ ।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଖୁସିରାମ ସୁନା, ସୋନପୁରରୁ ରିସର୍ଚ୍ଚ ସ୍କୋଲାର ମନମୋହନ ତ୍ରିପାଠି, କଳାହାଣ୍ଡିରୁ ମହେଶ୍ୱର ନାଏକ, ନୂଆଁପଡାରୁ ସରୋଜ ପ୍ରଧାନ, ବୌଦ୍ଧରୁ ସିଦ୍ଧାର୍ଥ ନାୟକ, ବରଗଡରୁ ଇଶାରାଣୀ ପଣ୍ଡା, ସମ୍ବଲପୁରରୁ ପମିତା ସାହୁ ଏବଂ ଭୀମଭୋଇ ମେଡିକାଲ କଲେଜରୁ ଅନିମେଶ ଦାଶ ପ୍ରଭୃତି ତାଙ୍କ ବକ୍ତବ୍ୟରେ କହିଥିଲେ ଜାତୀୟ ଶିକ୍ଷାନିତୀ-୨୦୨୦ ଲାଗୁ ହେଲେ ବୈଜ୍ଞାନିକ, ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଏବଂ ସାର୍ବଜନୀନ ଶିିକ୍ଷା ବାଧାପ୍ରାପ୍ତ ହେବ । ଏହି ଜାତୀୟ ଶିକ୍ଷାନୀତି ଶିକ୍ଷାର ସମ୍ପୁର୍ଣ୍ଣ ଘରୋଇକରଣ, ବୈବସାୟୀକରଣ, କେନ୍ଦ୍ରୀକରଣ, ସାମ୍ପ୍ରଦାୟିକକରଣ ଓ ଧନ୍ଦାଭିମୁଖୀକରଣ କରିବା ସହ ଶିକ୍ଷାର ମୂଳ ନିର୍ଯାସକୁ ଧ୍ୱଂସ କରିବ । ତେଣୁ ଏହା ବିରୁଦ୍ଧରେ ଦୃଢ ଆନ୍ଦୋଳନ ଗଢି ତୋଳିବା ପାଇଁ ସଂଗଠନ ତରଫରୁ ଆହ୍ୱାନ କରାଯାଇଛି । ଏହି କନ୍‌ଭେନ୍‌ସନ୍‌ରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ସଂପାଦକ ମଧୁସୁଦନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.