- ସଭାପତି ହେମବତୀ ମହାନନ୍ଦ, ଉପସଭାପତି ପୂର୍ଣ୍ଣମୀ ଭାଟି
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭିଭାବକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାରୀ ଗାଇଡଲାଇନ ଅନୁସାରେ ସର୍ବ ସମ୍ମତି କ୍ରମେ ୧୫ ଜଣିଆ କମିଟି ଗଠନ କରାଯାଇଥିଲା । ନୂତନ କମିଟିର ସଭାପତି ଭାବେ ହେମବତୀ ମହାନନ୍ଦ, ଉପସଭାପତି ପୂର୍ଣ୍ଣମୀ ଭାଟି, ସଭ୍ୟ/ସଭ୍ୟା ତରୁଣ ପାତ୍ର, କାମଦେବ ନାଗ, ସୁରେଶ ବଗର୍ତ୍ତୀ, ରୀତା ଛୁରା, ସୁମିତ୍ରା ଆଡ଼ଯୁଆଡ, ପିରବତୀ ମାଝୀ, ଲଖ୍ମଣ ଘିଭେଲା, ପଦ୍ମାବତୀ ବୁଗେଲ, ସରିତା ମାଝୀ, ଆରତୀ ନାଗ, ସଂଯୁକ୍ତା ବାଗ, ପୂର୍ଣ୍ଣଦେଇ ମାଝୀ, ସାହେବ ମାଝୀ ମନୋନୀତ ହେବାପରେ ସମସ୍ତେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବେ ବୋଲି ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ସରପଞ୍ଚ କାମଦେବ ବେହେରା, ପର୍ଯ୍ୟବେକ୍ଷକ ଭାବେ ସିରୋଲ କ୍ଲଷ୍ଟର ସିଆରସିସି ସୁଧୀର କୁମାର ନାଗ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ କାଶୀନାଥ ଭୋଇ, ପୂର୍ବତନ ପରିଚାଳନା କମିଟି ସଭାପତି କୁନୁ ସାହୁ, ୱାର୍ଡ ମେମ୍ବର ପରମାନନ୍ଦ ଧଙ୍ଗଡ଼ା ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ଧନଦେଇ ବାଗ, ଆଶା କର୍ମୀ ସୁରେଖା ଦୋରା, ଶିକ୍ଷକ/ଶିକ୍ଷୟତ୍ରୀ ସଫଳା ମିଶ୍ର, ଜୟମାଳିନୀ ପଟ୍ଟନାୟକ , ପ୍ରିୟଦର୍ଶିନୀ ସ୍ୱାଇଁ, ନୀଳମଣି ଦୀପ ସହଯୋଗ କରିଥିବାବେଳେ ଶତାଧିକ ଅଭିଭାବକ/ଅଭିଭାବିକା ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।
