ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଜରାସିଂହା ପବ୍ଲିକ ସ୍କୁଲର ନୂତନ କୋଠା ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ଦ୍ଵାରା ଏହି ବିଦ୍ୟାଳୟ କୋଠା ଉଦଘାଟନ ଅବସରରେ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପରିଚାଳକ ନିର୍ଦ୍ଦେଶକ ପ୍ରଦୀପ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସିଂଦେଓ, ମୁଖ୍ୟ ବକ୍ତା ଲକ୍ଷ୍ମଣ ମେହେର, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ରାଜନେତା ସୁଶିଲ ଚାନ୍ଦ, ଉମାଶଙ୍କର ସିଂହ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ସ୍ଥାନୀୟ ସରପଞ୍ଚ କୁଶମଣି ମେହେର, ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ ଅଶୋକ ମେହେର, ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶଶାଙ୍କ ଶେଖର ମେହେର ଓ ଦେଓଗାଁ ବ୍ଳକର ୧୨, ୧୩ ନଂ ଉଭୟ ଜୋନ୍ ଜିଲ୍ଲା ପରିଷଦ ଶ୍ରୀମତୀ ସୁମତି ସେଠ୍ ଓ ଶ୍ରୀମତୀ ମମତା କୁମୁରା ଯୋଗଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବରେଶ ପ୍ରତାପ ବିଶ୍ଵାଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷା ଶ୍ରୀମତୀ ସୀତା ସାହୁ ଧନ୍ୟବାଦ୍ ଦେଇଥିଲେ । ସହକାରୀ ଶିକ୍ଷକ ଲୋକନାଥ ଦଣ୍ଡସେନା ପରିଚାଳନା କାର୍ଯ୍ୟ ତୁଳାଇଥିଲେ । ଦେବଭୂମି ଚାରିଟେବୁଲ ଟ୍ରଷ୍ଟର ସମସ୍ତ ଟ୍ରଷ୍ଟି ସଦସ୍ୟ ଓ ସଦସ୍ୟା ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ ଅଭିଭାବକ, ଅଭିଭାବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
