ବଲାଙ୍ଗିର, (କେପିଏନ୍ଏସ୍) : ସଦ୍ୟ ପ୍ରକାଶିତ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା – ୨୦୨୩ର ଫଳାଫଳରୁ ଜଣାପଡିଛି ଯେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ (ନଂ.୦୨) ବଲାଙ୍ଗିରର ଛାତ୍ର ଅମିତ ଅଭ୍ୟୁଦୟ ମିଶ୍ର ବାଣିଜ୍ୟ ବିଭାଗରେ ୯୨.୮% ମାର୍କ ରଖି କୃତକାର୍ଯ୍ୟ ହେବା ସହ ବିଦ୍ୟାଳୟର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ଏବଂ ନିଜ ବିଦ୍ୟାଳୟ ତଥା ଜିଲ୍ଲାର ସୁନାମ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ବିଏସ୍ଏନ୍ଏଲ୍ ବଲାଙ୍ଗିରର ମୁଖ୍ୟ କାର୍ଯ୍ୟାଳୟରେ ଜୁନିୟର ଏକାଉଣ୍ଟସ୍ ଅଫିସର ଭାବେ କାର୍ଯ୍ୟରତ ମାନରଞ୍ଜନ ମିଶ୍ର ଏବଂ ହାଇସ୍କୁଲ ଶିକ୍ଷୟିତ୍ରୀ ଶ୍ରୀମତୀ ମମତାରାଣୀ ଦାଶଙ୍କ ସେ ସୁପୁତ୍ର ଅଟନ୍ତି । ଏହି ସଫଳତାର ଶ୍ରେୟ ସେ ପରମେଶ୍ୱରଙ୍କ ଅସୀମ କୃପା, ନିଜ ଗୁରୁମଣ୍ଡଳୀ, ପିତାମାତା ଓ ଗୁରୁଜନଙ୍କ ଆଶୀର୍ବାଦ ତଥା ନିଜ ଅଧ୍ୟବସାୟ ଉପରେ ନ୍ୟସ୍ତ କରିଛନ୍ତି । ଆଗକୁ ଯାଇ ଭବିଷ୍ୟତରେ ବାଣିଜ୍ୟ କ୍ଷେତ୍ରରେ ଏକ ବଡ ପଦବୀ ହାସଲ କରି ଜଣେ ସୁମଣିଷ ହେବାର ଲକ୍ଷ୍ୟ ରଖିଛନ୍ତି ।