pakka

ଚୋର ଲେଖିଲା ପଶ୍ଚାତାପ ଚିଠି : ୯ ବର୍ଷ ପରେ ଫେରାଇଲା ଠାକୁରଙ୍କ ଚୋରି ସାମଗ୍ରୀ

bbehera

ବାଲିପାଟଣା : ଚୋର ଲେଖିଲା ପଶ୍ଚାତାପ ଚିଠି । ୯ବର୍ଷ ପରେ ଫେରାଇଲା ଠାକୁରଙ୍କ ଚୋରି ସାମଗ୍ରୀ । ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋପୀନାଥପୁର ଗାଁରେ ଏଭଳି ଘଟଣା ସାମନାକୁ ଆସିଛି । ସୂଚନା ଅନୁଯାୟୀ ୨୦୧୪ ମସିହାରେ ଗୋପୀନାଥ ମନ୍ଦିରରୁ ଠାକୁରଙ୍କ ରୂପା ଅଳଙ୍କାର ଚୋରି ହୋଇଥିଲା । ଠାକୁରଙ୍କ ରୂପା ଅଳଙ୍କାର ଚୋରି କରି ନେଇଥିଲା ଚୋର । ସେତେବେଳେ ଏନେଇ ଥାନାରେ ଅଭିଯୋଗ କରିଥିଲେ ଗାଁଲୋକେ । ହେଲେ ଚୋରି ସାମଗ୍ରୀ ମିଳିନଥିଲା । ତେବେ ଘଟଣାର ୯ ବର୍ଷ ପରେ ଏବେ ନିଜେ ଚୋର ସମସ୍ତ ଚୋରି ସାମଗ୍ରୀ ଫେରାଇଛି । ଗାଁର ତୁଷାର ରଞ୍ଜନ ମହାନ୍ତିଙ୍କ ଘର ସମ୍ମୁଖରେ ଛାଡି ଯାଇଛି ଚୋରି ସାମଗ୍ରୀ । ଚୋରି କରିଥିବାରୁ ଠାକୁରଙ୍କ ପାଇଁ ଭୋଗ ଲଗାଇବା ପାଇଁ ୨୦୦ ଟଙ୍କା ଏବଂ ୧୦୦ଟଙ୍କା ଦକ୍ଷିଣା ମଧ୍ୟ ଦେଇଛି ।

ଖାଲି ସେତିକି ନୁହେଁ ଚୋରି ଜିନିଷ ଫେରେଇବା ସ୍ଥାନରେ ଏକ ଚିଠି ଛାଡି ଯାଇଛି । ଏଥିରେ ଠାକୁରଙ୍କ ଅଳଙ୍କାର ଚୋରି କରିବା ପରେ କିଭଳି ଅସୁବିଧାର ସମ୍ମୁଖିନ ହୋଇଥିଲା ସେନେଇ ସେ ଚିଠିରେ ଲେଖିଛି । ୯ ବର୍ଷ ପରେ ଠାକୁରଙ୍କ ଚୋରି ସାମଗ୍ରୀ ଫେରିପାଇବା ପରେ ଗାଁରେ ଖୁସିର ମାହୋଲ ଖେଳି ଯାଇଛି ।

jay balangir
Leave A Reply

Your email address will not be published.

14 + fifteen =

error: Content is protected !!