pakka

କୋଶଳ ପ୍ରବାହର ପ୍ରଭାବ : ମରାମତି ହେଲା ଭଙ୍ଗା ନଳକୂପ

bbehera

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ନୂଆପଡାରେ ଏକ କାର୍ ଓଡି ୦୩ ଜେଡ୨୭୦୦ କିରାନା ଦୋକାନର ପିଣ୍ଢା ଉପରେ ଚଢ଼ି ଯାଇ ନଳକୂପକୁ ଧକ୍କା ଦେଇ ଭାଙ୍ଗି ଦେଇଥିଲା । ସେଥି ପାଇଁ ପଡାବାସୀ ବ୍ଳକ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଥିଲେ । ଏନେଇ କୋଶଳ ପ୍ରବାହର ପ୍ରତିନିଧିଙ୍କୁ ପଡାବାସୀ ଘଟଣାସ୍ଥଳକୁ ଡାକି ଘଟଣାର ଟିକିନିଖି ଜଣାଇଥିଲେ । ଏନେଇ ଘଟଣାର ସମସ୍ତ ବିଷୟବସ୍ତୁ କୋଶଳ ପ୍ରବାହରେ ପ୍ରକାଶ ପାଇଥିଲା । ପଡାବାସୀ କହିବା ମୁତାବକ କୋଶଳ ପ୍ରବାହର ପ୍ରଭାବରୁ ତୁରନ୍ତ ବ୍ଲକ୍ କାର୍ଯ୍ୟାଳୟ ତରଫରୁ ନଳକୂପ ମରାମତି ହୋଇଯାଇଛି । ଏନେଇ ପଡାବାସୀ କୋଶଳ ପ୍ରବାହ ପରିବାରକୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଭଳି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ପାଣି ମୁନ୍ଦେ ପାଇ ପାରିଲୁ ବୋଲି ପଡାବାସୀଙ୍କ ମୁହଁରେ ଖୁସିର ଲହରି ଖେଳିଯାଇଛି ।

jay balangir
Leave A Reply

Your email address will not be published.

19 − 8 =

error: Content is protected !!