ରାଜନୈତିକ ରାଲିରେ ସାମିଲ ହୋଇ ନିଲମ୍ବିତ ହେଲେ କିରାଣି

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ. ସୋନାଲ୍‌ ସୋମବାର ଜଣେ କିରାଣିଙ୍କୁ ନିଲମ୍ବିତ କରିଛନ୍ତି । କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମର ରାଧାମାଧବ ଉଚ୍ଚ ବିଦ୍ୟାଳୟର କିରାଣି ସତ୍ୟନାରାୟଣ ଦନ୍ତା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଶୋଭାଯାତ୍ରାରେ ସାମିଲ ହୋଇଥବା ଜଣାପଡିବା ପରେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ପରେ ସୋମବାର ଜିଲ୍ଲାପାଳ ଶ୍ରୀ ଦନ୍ତାଙ୍କୁ ନିଳମ୍ବିତ କରିଛନ୍ତି । ବାରମ୍ବାର ତାଗିଦ ସତ୍ତ୍ଵେ ଜିଲ୍ଲାରେ ଜଣେ ପରେ ଜଣେ ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେଉଥିବା ଦେଖାଯାଇଛି ।

Leave A Reply

Your email address will not be published.