କେନ୍ଦୁଝର ସଦରରୁ କିନ୍ନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର, (କେପିଏନ୍‌ଏସ୍‌) : କେନ୍ଦୁଝର ସଦର ବ୍ଳକ ପଦ୍ମପୁର ଛକର ଏକ ଆମ୍ବତୋଟାରୁ ଜଣେ କିନ୍ନରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ସଦର ପୋଲିସକୁ ଏ ବାବଦରେ ଖବର ଦେବା ପରେ ପୋଲିସ ପହଂଚି ଝୁଲନ୍ତା ମୃତଦେହକୁ ଗଛରୁ ଓହ୍ଲାଇଥିଲେ । ତେବେ କିନ୍ନରର ପରିଚୟ ଜଣାପଡିନଥିଲା ବେଳେ, ମୃତ ଶରୀରଟିର ପାଦ ଭୂମି ଛୁଇଁଥିବା ଓ ମୃତ କିନ୍ନର ଦୁଇ ହାତ ପାପୁଲି ବନ୍ଦ ଥିବାରୁ, ତାକୁ କେହି ମାରିଦେଇ ଆତ୍ମହତ୍ୟାର ରୂପଦେବାକୁ ଏଠାରେ ଆଣି ଝୁଲାଇ ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି ।

Leave A Reply

Your email address will not be published.

eighteen − 8 =