ଅସୁରକ୍ଷିତ ଶ୍ରମିକ : ଇଟା କାରଖାନାରେ ଚାପିହୋଇ କାର୍ଯ୍ୟରତ ଶ୍ରମିକ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ସହର ଠାକୁରପାଟଣା ଠାରେ ଥିବା ଏକ ଇଟାକାରଖାନାରେ ଜଣେ ଶ୍ରମିକ ଚାପିହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ମୃତକ ଜଣକହେଲେ ଲକ୍ଷ୍ମୀଧର ମୁଣ୍ଡା ।ସୂଚନା ଅନୁସାରେ ଆଜି ଇଟାତିଆରି ପାଇଁ ଥିବା ମିକ୍ସଚର ମେସିନ ବେଲ୍ଟ ସଂସ୍ପର୍ଶରେ ଆସି ଶ୍ରମିକ ଜଣଙ୍କ କ୍ଷତବିକ୍ଷତ ହୋଇଯାଇଥିଲେ । ପୋଲିସ ମେଡିକାଲରେ ପହଂଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ଥାନାରେ ୫୧/୨୧ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.

1 × two =